ବାରିଷ୍ଟର ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ଜୟନ୍ତୀ ପାଳିତ

ସାକ୍ଷୀଗୋପାଳ : ସତ୍ୟବାଦୀ ଆଇନଜୀବୀ ସଂଘ, ସାକ୍ଷୀଗୋପାଳ, ତରଫରୁ ବାରିଷ୍ଟର ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ୧୪୩ତମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି । ସତ୍ୟବାଦୀ ଆଇନଜୀବୀ ସଂଘ  ସଭାପତି ଭଗବାନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ  ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ  କ୍ଷୀରୋଦ କୁମାର ବେହେରା, ସମ୍ମାନିତ ଅତିଥି ରୂପେ ଆଇନଜୀବୀ ରାମଶଙ୍କର ନନ୍ଦ ଓ ମୁଖ୍ୟବକ୍ତା ଭାବେ  ପ୍ରଫେସର୍ ସୂର୍ଯ୍ୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନେ ସତ୍ୟବାଦୀର ନୂଆ ସୋମେଶ୍ୱର ପୁର ଗ୍ରାମରେ ଜନ୍ମିତ  ବାରିଷ୍ଟର ସ୍ବର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ବାରିଷ୍ଟର ସ୍ବର୍ଗତ ମିଶ୍ରଙ୍କର ୨ ଗୋଟି ତୈଳ ଚିତ୍ର ଉନ୍ମୋଚିତ ହୋଇଥିଲା। ଆଇନଜୀବୀ ଅଞ୍ଜନ କୁମାର ହୋତା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସଙ୍ଘର ସମ୍ପାଦକ  ପ୍ରଭାକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଇନଜୀବୀ  ବିଧୁଭୁଷଶ ମହାନ୍ତି, ପ୍ରଶାନ୍ତ ମହାପାତ୍ର, ମୋହନ ସାହୁ, ରବିନ୍ଦ୍ର ଦାଶ, ଅମର ନନ୍ଦ, ଅମ୍ବିକା ଶଙ୍କର ମହାପାତ୍ର, ସନ୍ତୋଷ ବେହେରା, ଚିନ୍ମୟ ନାୟକ, ଉପେନ୍ଦ୍ର ବିଶ୍ୱାଳ  ଓ ଅଜିତ୍ ଚୌଧୁରୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ଆଇନଜୀବୀ ସୁଶାନ୍ତ କୁମାର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.