ନିରାଡ଼ମ୍ବର ଭାବେ ପାଳିତ ହେଲା ବିଶ୍ୱକର୍ମା ପୂଜା

ଫୁଲବାଣୀ: କୋଭିଡ଼୍‍ କଟକଣା ଯୋଗୁଁ ସମଗ୍ର ଜିଲାରେ ନିରାଡ଼ମ୍ବର ଭାବେ ପାଳନ ହୋଇଛି ବିଶ୍ୱକର୍ମା ପୂଜା। ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ଦୋକାନ ମାନଙ୍କରେ ଏହି ପୂଜା ଆଜି ପାଳିତ ହୋଇଯାଇଛି। ତେବେ ଜିଲାର କୌଣସି ସ୍ଥାନରେ ମଧ୍ୟ ବାହାରେ ପୂଜାର୍ଚ୍ଚନା କରାନଯାଇ ନିଜ ନିଜ କାର୍ଯ୍ୟାଳୟ ଗୃହ ମଧ୍ୟରେ ପୂଜା କରାଯାଇଛି। ଫୁଲବାଣୀ ସ୍ଥିତ ବିଏସ୍‍ଏନ୍‍ଏଲ୍‍ କାର୍ଯ୍ୟାଳୟ, ପିଏଚ୍‍ଡ଼ି ଅଫିସ୍‍ ଭଳି ବିିଭିନ୍ନ କାର୍ଯ୍ୟାଳୟରେ ଏହି ପୂଜା ହୋଇଥିବା ବଳେ କୋଭିଡ଼୍‍ ନିୟମ ପ୍ରକାରେ ପାଳିତ ହୋଇଥିବା ପ୍ରକାଶ।

Comments
Loading...