ଓରିକଂଟାସ୍ଥିତ ବିଦ୍ୟୁତ ସେକ୍‍ସନ୍‍ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା

0

ନେମାଳ: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓରିକଂଟାସ୍ଥିତ ବିଦ୍ୟୁତ ସେକ୍‍ସନ୍‍ କାର୍ଯ୍ୟାଳୟରେ ମହାଆଡମ୍ବର ସହକାରେ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରାଯାଇଛି। ପ୍ରତ୍ୟୁଷରୁ ପୂଣ୍ୟତ୍ପୟା ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଉତ୍ତୋଳନ କରାଯାଇ ପୂଜା ମଣ୍ଡପରେ ଅଧିଷ୍ଠିତ ହେବା ପରେ ପଣ୍ଡିତ ସୂଚିତ୍ରାନନ୍ଦ ଦାଶଙ୍କ ପୂଜାର୍ଚ୍ଚନାରେ ପ୍ରଭୁଙ୍କର ଚକ୍ଷୁଦାନ, ଘୃତାହୃତୀ, ପୂଜାପାଠ ଆଦି କରାଯାଇଥିଲା। ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଜେନା, ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଦିଗାମ୍ବର ମଲ୍ଲ, କର୍ମଚାରୀ ସଂଗ୍ରାମ କେଶରୀ ମହାନ୍ତି, ପ୍ରହଲ୍ଲଦ ରାଉତ ମହିମାନନ୍ଦ ପରିଡା, ଲକ୍ଷ୍ମୀଧର ବେହେରା, ଗିରୀଜା ପ୍ରସନ ମହାନ୍ତି, ରୁଦ୍ର ପ୍ରସାଦ ହୋତା, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୀଠସ୍ଥଳକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଆସନ୍ତା ଶୁକ୍ରବାର ଦିନ ଏହାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Leave A Reply