ଏନଏସସିବି କଲେଜ ଅଧ୍ୟାପକଙ୍କୁ ମହାତ୍ମା ଗାନ୍ଧୀ ସମ୍ମାନ

0

ସମ୍ବଲପୁର : ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ଡ. ବିଶ୍ୱମୋହନ ଜେନାଙ୍କୁ ଲଣ୍ଡନସ୍ଥିତ ଏନ୍ଆରଆଇ୍ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଆସନ୍ତା ଅକ୍ଟୋବର ୨୫ ତାରିଖରେ ମହାତ୍ମା ଗାନ୍ଧୀ ସମ୍ମାନରେ ସମ୍ମାନିତ କରାଯିବ। ବ୍ରିଟେନର ରାଜଧାନୀ ଲଣ୍ଡନସ୍ଥିତ ଥିବା ‘ହାଉସ ଅଫ କମନ୍ସ’ରେ ଏହି ସମ୍ମାନ ପ୍ରଦାନ କରାଯିବ । ଆସନ୍ତା ଅକ୍ଟୋବର ମାସରେ ଏହି ସମ୍ମାନ ଗ୍ରହଣ କରିବା ପାଇଁ ଡ. ବିଶ୍ୱମୋହନ ଲଣ୍ଡନ ଯାତ୍ରା କରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଜଣାଇଛନ୍ତି। ଅଧ୍ୟାପକ ଡ. ବିଶ୍ୱମୋହନ ଜେନା ପୂର୍ବରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗ୍ରାମୀଣ ବିକାଶ ବିଭାଗରେ କାର୍ଯ୍ୟରତ ଥିଲେ।

Leave A Reply