ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କେବିନ୍ଦ ଶ୍ରୀ ହରିଚନ୍ଦନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି ଭବନରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଜର କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।

ରାଜ୍ୟ ବିଧାନସଭାକୁ ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀ ହରିଚନ୍ଦନ ଦୁଇ ଥର ଜନତା ଦଳରୁ ଏବଂ ୩ ଥର ବିଜେପି ଟିକଟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ସେ ସଫତାର ସହିତ କାର୍ଯ୍ୟ ସଂପାଦନ କରିଛନ୍ତି । ଦୀର୍ଘ ୮ ବର୍ଷ ଧରି ସେ ରାଜ୍ୟ ବିଜେପିର ସଭାପତି ଥିଲେ । ରାଜ୍ୟରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Comments are closed.