ଲେମନ ବଟର କୁକିଜ

0

ଆବଶ୍ୟକ ସାମଗ୍ରୀ
ବଟର – ୧୦୦ ରୁ ୧୨୫ ଗ୍ରାମ
ପେଷା ଚିନି – ୧କପ
ମଇଦା – ୨କପ
ଲେମ୍ବୁ ରସ – ୧ଚାମଚ
କୋରା ଲେମ୍ବୁ – ଅଳ୍ପ
ବେକିଙ୍ଗ ପାଉଡ଼ର – ଅଳ୍ପ
ଚିନି (ଧୂସର ରଙ୍ଗ)
ଅଣ୍ଡା – ୧ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ବଟର ଓ ପେଷା ଚିନିକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଣ୍ଡା ଭାଙ୍ଗି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ମଇଦା, ଲେମ୍ବୁ ରସ, ବେକିଙ୍ଗ ପାଉଡ଼ର, ପକାଇ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ୩୦ ମିନିଟ ଫ୍ରିଜ ଭିତରେ ରଖି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ କାଢି ଏହାକୁ ଏହାକୁ କୁକିଜ ଆକାରର କରି ଦିଅନ୍ତୁ। ଏବେ ଏହାକୁ ବେକିଙ୍ଗ ଟ୍ରେରେ ରଖି ଏହା ଉପରେ କୋରା ଲେମ୍ବୁ ,ଚିନି (ଧୂସର ରଙ୍ଗ)ରଛିଞ୍ଚି ଦିଅନ୍ତୁ। ଏହାକୁ ମାଇକ୍ରୋୱେବ ଭିତରେ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହାପରେ ଏହାକୁ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply