ଜନ୍ମଦିନରେ ଏପରି କରୁଥିଲେ…ସାବଧାନ….

ବିଦେଶୀ ରାଇଜର ଏକ ମୁଖ୍ୟ ପରମ୍ପରା ହେଉଛି ଜନ୍ମଦିନ ପାଳନ ଅବସରରେ କେକ୍‌ କାଟିବା ପୂର୍ବରୁ ମହମବତି ଫୁଙ୍କି ବ୍ୟକ୍ତିଜଣକ ଲିଭାଇବା। ଆଜିକାଲି ଆମ ଦେଶରେ ମଧ୍ୟ ଏଇ ମହମବତୀ ଫୁଙ୍କିବାକୁ ବେଶ୍ ସାଦରରେ ଗ୍ରହଣ କରାଯାଇଛି। ପିଲାଠାରୁ ବୟସ୍କ ଲୋକେ ସମସ୍ତେ ନିଜ ଜନ୍ମଦିନରେ କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କିବାକୁ ଖୁବ୍ ଆଗ୍ରହୀ। କ୍ଲେମସନ୍ ବିଶ୍ବବିଦ୍ୟାଳୟର ଗବେଷକ ସମୂହ ଏହା ଉପରେ ଗବେଷଣା କରିବା ପରେ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ଜନ୍ମଦିନରେ ଆପଣ ମଧ୍ୟ ଏପରି କରୁଥିଲେ, ଏବେଠାରୁ ସତର୍କ ଓ ସାବଧାନ ହୋଇଯାନ୍ତୁ। କାରଣ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କେକ୍‌ରେ ଲାଗିଥିବା ମହମବତୀ ଫୁଙ୍କିଲେ ସେଥିରେ ଥିବା ବ୍ୟାକ୍ଟେରିଆ କେକ୍‌କୁ ପ୍ରବେଶ କରନ୍ତି। ଆମେ ଯେତେବେଳେ କେକ୍ ଖାଇଥାଉ, ଅଧିକ ପରିମାଣରେ ବ୍ୟାକ୍ଟେରିଆ ଶରୀର ଭିତରକୁ ପ୍ରବେଶ କରେ। ଯାହାର ଫଳସ୍ବରୂପ ଆମ ପେଟ ଖରାପ ହୋଇ ବଦ୍‌ହଜମ୍ ନଚେତ୍ ଫୁଡ୍ ପଏଜନ୍ ସମସ୍ୟା ହୋଇଥାଏ। ଏବେଠାରୁ ଜନ୍ମଦିନର ଏଇ ପରମ୍ପରା ବାବଦରେ ସତର୍କ ରହିବା ସହ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତୁ।

Comments are closed.