ଜନ୍ମ ବାର ଅନୁସାରେ ଜାଣନ୍ତୁ ବ୍ୟକ୍ତିର ସ୍ୱଭାବ

0

ସମସ୍ତେ ନିଜର ଭବିଷ୍ୟତ ନେଇ ସର୍ବଦା ଚିନ୍ତିତ ରହିଥାନ୍ତି। ପ୍ରାୟ ଲୋକ ସର୍ବଦା ଚେଷ୍ଟା କରିଥାନ୍ତି ଜାଣିବାକୁ ଯେ ତାଙ୍କ ଭବିଷ୍ୟତ କିପରି ହେବ। ନିଜର ଜନ୍ମବାରରୁ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଏହା ସହ ବ୍ୟକ୍ତିର ସ୍ୱଭାବ ବିଷୟରେ ମଧ୍ୟ ଜାଣି ହୋଇଥାଏ। ଆସନ୍ତୁ ଜାଣିବା ଜନ୍ମ ବାର ଅନୁସାରେ ବ୍ୟକ୍ତିର ଭବିଷ୍ୟତ କିପରି..
ସୋମବାର: ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସୁନ୍ଦର ହୋଇଥାନ୍ତି। ମଧ୍ୟବିତ୍ତ ପରିବାରର ସଦସ୍ୟ ହୋଇଥାନ୍ତି। ତେଣୁ ଧନ ପ୍ରାପ୍ତି କମ ହୋଇଥାଏ। କିନ୍ତୁ ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଧାର୍ମିକ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ଆୟୁଷ ଅଧିକ ହୋଇଥାଏ।
ମଙ୍ଗଳବାର: ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ରାଗି ସ୍ୱଭାବର ହୋଇଥାନ୍ତି। ଅଧିକ ଧନ-ସମ୍ପଦର ଅଧିକାରୀ ହେବା ସତ୍ୱେ ମଧ୍ୟ ଚାକିରୀ କରନ୍ତି। ଏପରି ବ୍ୟକ୍ତିମାନେ ସଚ୍ଚୋଟ ମଧ୍ୟ ହୋଇଥାନ୍ତି।
ବୁଧବାର: ବୁଧବାର ଜନ୍ମ ହୋଇଥିବା ବ୍ୟକ୍ତି ରୂପରେ ସୁନ୍ଦର ହେବା ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଜୀବନରେ ସୁଖ ଓ ଦୁଃଖ ଉଭୟ ମିଳିଥାଏ। ବାପାମାଆଙ୍କର ସେବା କରିଥାନ୍ତି। ମଧୁର କଥା କହିଥିବା କାରଣରୁ ଏମାନଙ୍କର ଅନେକ ମିତ୍ର ହୋଇଥାନ୍ତି।
ଗୁରୁବାର: ଗୁରୁବାର ଜନ୍ମ ହୋଇଥିବା ବ୍ୟକ୍ତି ମନରୁ ସୁନ୍ଦର ହୋଇଥାନ୍ତି। ଜୀବନର ସବୁ ମୁହୂର୍ତ୍ତରେ ସୁଖରେ ରହିଥାନ୍ତି। ଏମାନଙ୍କ ଚରିତ୍ର ଉତ୍ତମ ହୋଇଥାଏ। ମଧୁର ବଚନ ଦ୍ୱାରା ଅନେକଙ୍କ ମନରେ ଘର କରିଥାନ୍ତି। ଏମାନେ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇଥାନ୍ତି।
ଶୁକ୍ରବାର: ଶୁକ୍ରବାର ଜନ୍ମ ହୋଇଥିବା ବ୍ୟକ୍ତି ଧନବାନ ହୋଇଥାନ୍ତି। ଏପରି ବ୍ୟକ୍ତି ଉଭୟ ବିଦ୍ୟା ଓ ଧନର ପ୍ରାପ୍ତି ହୋଇଥାଏ। ଏପରି ବ୍ୟକ୍ତି ଭଲ ବ୍ୟବସାୟୀ ହୋଇଥାନ୍ତି କିନ୍ତୁ କଟୁ କଥା ଦ୍ୱାରା ସମସ୍ତଙ୍କ ହୃଦୟକୁ ଆଘାତ ଦେଇଥାନ୍ତି।
ଶନିବାର: ଶନିବାର ଜନ୍ମ ହୋଇଥିବା ବ୍ୟକ୍ତି ଭଲ ସ୍ୱଭାବର ହୋଇଥାନ୍ତି। ଏପରି ବ୍ୟକ୍ତି କଠିନ ପରିଶ୍ରମୀ ହୋଇଥାନ୍ତି। ସମସ୍ତଙ୍କ ସେବା ମଧ୍ୟ କରିଥାନ୍ତି। ଏମାନଙ୍କ ଜୀବନରେ ଟଙ୍କାର ଅଭାବ ମଧ୍ୟ ହୋଇ ନଥାଏ। ବନ୍ଧୁତା କରିବାକୁ ପସନ୍ଦ କରିଥାନ୍ତି।
ରବିବାର: ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବୁଦ୍ଧିମାନ, ଧନବାନ ହୋଇଥାନ୍ତି। ମନରୁ ସଫା ହୋଇଥିଲେ ମଧ୍ୟ ଏମାନଙ୍କୁ ଶୀଘ୍ର ରାଗ ଆସିଯାଇଥାଏ। ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବାକୁ ଆଗ୍ରହ ଦେଖାଇଥାନ୍ତି। ନିଜ ଜିଦ ଦ୍ୱାରା ସମସ୍ତ କାର୍ଯ୍ୟକୁ ଖରାପ କରି ଦେଇଥାନ୍ତି।

Leave A Reply