ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଶିଷ୍ଟ ସାରଥି, ଦାର୍ଶନିକ, କବି, ବିଶିଷ୍ଟ ବ୍ୟବସ୍ଥାପକ,ସଂସ୍କାରକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୭ ତମ ଜୟନ୍ତୀ ବିଧାନସଭା ପରିସର‌େ‌ର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବ‌େ‌ର ମୁଖ୍ୟ ଅତିଥି ରୂ‌େ‌ପ ଉପବାଚସ୍ପତି ରଜନୀକାନ୍ତ ସିଂହ ‌ଯୋଗ ଦେଇ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଅତୁଳନୀୟ ଅବଦାନ ରହିଥିବା ସହ ଜ‌େ‌ଣ ବିଶିଷ୍ଟ ବ୍ୟବସ୍ଥାପକ ରୂପେ ଭାରତୀୟ ସାମ୍ବିଧାନିକ ଇତିହାସରେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଉପବାଚସ୍ପତି ଶ୍ରୀ ସିଂହ ପ୍ରକାଶ କରିଥି‌େ‌ଲ। ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ସ‌େ‌ମତ ବିଧାନସଭା ସଚିବାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.