ପରମହଂସ ହରିହରାନନ୍ଦ ଗିରିଙ୍କ ଜନ୍ମବାର୍ଷିକ ପାଳିତ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ଅଧିନ ବେତଖୋଲି ଗ୍ରାମରେ ପ୍ରତିଷ୍ଠିତ ହରିହରାନନ୍ଦ ଶିକ୍ଷାଶ୍ରମଠାରେ ପରମପୂଜ୍ୟ ପରମହଂସ ଶ୍ରୀ ଶ୍ରୀ ହରିହରାନନ୍ଦ ଗିରି ମହାରାଜଙ୍କ ୧୧୬ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଯୋଗାଚାର୍ଯ୍ୟ ତଥା ଶିକ୍ଷାବିତ୍‍ ଡଃ ନରୋତ୍ତମ ଗାଆଣ, ଟ୍ରଷ୍ଟର ସଂପାଦକ ଡଃ ସୁଧାଂଶୁବାଳା ଦାସ, ଶିକ୍ଷାଶ୍ରମର ଅଧ୍ୟକ୍ଷ ଆନନ୍ଦାନନ୍ଦ ଗିରି ଓ ବିଶିଷ୍ଟ ସନ୍ୟାସୀ ସ୍ୱାମୀ ଅଞ୍ଜନେୟାନନ୍ଦ ଗିରି ଉଦ୍‍ବୋଧନ ଦେଇ ଗୁରୁଦେବଙ୍କ ତ୍ୟାଗପୁତ ଜୀବନାଦର୍ଶ ଏବଂ ସମାଜ ପାଇଁ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। କ୍ରିୟାଯୋଗର ପ୍ରତିଷ୍ଠାତା ପରମହଂସ ହରିହରାନନ୍ଦଙ୍କର ଏହି କ୍ରୀଡାଯୋଗ ଶିକ୍ଷା ସହସ୍ରାଧିକ ଲୋକଙ୍କୁ ପ୍ରଭାବିତ କରିବା ସହ ଏହାଦ୍ୱାରା ସେମାନେ ଉପକୃତ ହୋଇପାରିଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ଶିକ୍ଷାଶ୍ରମର ଛାତ୍ରଛାତ୍ରୀ, ଶିକ୍ଷକ, ଶିିକ୍ଷିକା, ଶିଷ୍ୟଭକ୍ତ ଓ ଅନ୍ୟାନ୍ୟ ସାଧୁସନ୍ଥ ପରମହଂସ ହରିହରାନନ୍ଦ ଗିରିଙ୍କ ଫଟୋଚିତ୍ର ସହିତ ଭଜନ କିର୍ତ୍ତନ କରି ନିକଟବର୍ତ୍ତୀ ଗ୍ରାମାଞ୍ଚଳ ପରିକ୍ରମା କରିଥିଲେ । ଏଥିସହିତ ଗୁରୁପାଦୁକା ପୂଜା ଓ ହୋମଯଜ୍ଞ କରାଯାଇଥିଲା। ଏହି ଅବସରରେ ଯୋଗାଚାର୍ଯ୍ୟଙ୍କଠାରୁ ୫ଜଣ ଶିକ୍ଷା ଭକ୍ତ ଦିକ୍ଷା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଶିଷ୍ୟଭକ୍ତ ଯୋଗଦାନ କରି ଗୁରୁଙ୍କ ଆଶୀର୍ବାଦ ଓ କୃପାଲାଭ କରିଥିଲେ।

Comments are closed.