ଜାଣନ୍ତୁ, ନଭେମ୍ବର ୨୬ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଭାଗ୍ୟ, ସ୍ବାସ୍ଥ୍ୟ, ଶିକ୍ଷା ଏବଂ କିପରି ରହିବ ବର୍ଷ ୨୦୨୦….

ଆଜି ହେଉଛି ନଭେମ୍ବର ୨୬ ତାରିଖ। ଆଜିର ଦିନରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିର ଜାତକ ମୂଲ୍ୟାଙ୍କ ହେଉଛି ଆଠ(୮)। ଏହି ଅଙ୍କ ଶନି ରାଶିର ବୋଲି ମାନ୍ୟତା ରହିଛି। ଏହି ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିର ସ୍ବାଭବ ଗମ୍ଭୀର ହୋଇଥାଏ। ଏହା ସହ ସେମାନେ ପରୋପକାରୀ ଓ ପରିଶ୍ରମୀ ହୋଇଥାନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ଏମାନଙ୍କୁ ଅନେକ ସଂର୍ଘଷ କରିବାକୁ ପଡିଥାଏ। ଏମାନଙ୍କ ପାଖରେ ଧନ ସଞ୍ଚୟ କରିବାର କଳା ରହିଥାଏ। ଏହି ଅଙ୍କର ଲୋକମାନେ ଅଯଥା ଖର୍ଚ୍ଚ କରନ୍ତି ନାହିଁ। ନିଜ ବିଷୟରେ କୌଣସି କଥା ସେମାନେ ସହଜରେ କାହାକୁ କୁହନ୍ତି ନାହିଁ। ଜାଣନ୍ତୁ ନଭେମ୍ବର ୨୬ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ କ’ଣ ରହିଛି ସ୍ବତନ୍ତ୍ରତା, ସେମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଏବଂ କିପରି ରହିବ ଆସନ୍ତା ବର୍ଷ ୨୦୨୦….
ଶୁଭ ତାରିଖ: ୮, ୧୭, ୨୬
ଶୁଭ ଅଙ୍କ: ୮, ୧୭, ୨୬, ୩୫, ୪୪
ଈଷ୍ଟଦେବ: ହନୁମାନ, ଶନି, ଗଣେଶ
ଶୁଭ ରଙ୍ଗ: କଳା, ନୀଳ ଓ ଗୋଲାପି
ଏହି ଅଙ୍କର ବ୍ୟକ୍ତି ଅତ୍ୟନ୍ତ ଭାବୁକ ହୋଇଥାନ୍ତି। ନିଜ କଥାରେ ଅନ୍ୟକୁ ପ୍ରଭାବିତ କରିବାର ଗୁଣ ରହିଥାଏ। ଏମାନେ ଅନ୍ୟର ଭାବନାକୁ ବୁଝନ୍ତି। ଏମାନଙ୍କ ନିକଟରେ ଅନ୍ୟକୁ ଆକର୍ଷିତ କରିବାର ଗୁଣ ରହିଥାଏ। ସରଳ ସ୍ବଭାବ ଯୋଗୁଁ ଏମାନେ ଅନ୍ୟଠାରୁ ଧୋକ୍କା ଖାଇଥାନ୍ତି। ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଏମାନେ ଜିଦ୍‌ଖୋର ସ୍ବଭାବର ହୋଇ ଥିବାରୁ ନିଜ କଥାକୁ ସାବ୍ୟସ୍ତ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଥାନ୍ତି। ଏମାନଙ୍କ ମିତ୍ର ସଂଖ୍ୟା ବହୁତ କମ୍ ହୋଇଥାଏ। ନିଜ ପିତାଙ୍କ ସହ ଏମାନଙ୍କ ବିଚାରଧାରାରେ ମତଭେଦ ଦେଖିବାକୁ ମିଳେ।
ସ୍ବାସ୍ଥ୍ୟ: ବୃକକ୍, ରକ୍ତ ଓ ତ୍ବଚା ସମ୍ବନ୍ଧିତ ରୋଗ ହେବାର ଆଶଙ୍କା ରହିଛି।
ଶିକ୍ଷା: ଉଚ୍ଚଶିକ୍ଷା ପ୍ରାପ୍ତି ପାଇଁ ବହୁତ ସଂଘର୍ଷ କରିବାକୁ ପଡିବ। ଇଚ୍ଛାଶକ୍ତି ଅଭାବରୁ ଶିକ୍ଷା ଅଧାରୁ ଛାଡିବାକୁ ପଡିପାରେ।
କିପରି ରହିବ ୨୦୨୦: କାର୍ଯ୍ୟରେ ସଫଳତା ମିଳିଛି। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। କିଛି ନୂଆ ଆରମ୍ଭ କରିବେ। କିନ୍ତୁ ସ୍ବାସ୍ଥାବସ୍ଥା ଭଲ ରହିବ ନାହିଁ। ଖାଦ୍ୟ-ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।
ଉପାୟ: କେତେକ କ୍ଷେତ୍ରରେ ଭାଗ୍ୟ ସାଥ୍ ଦେବ ନାହିଁ। ଭାଗ୍ୟକୁ ଉଜ୍ବଳ କରିବା ପାଇଁ ପ୍ରତିଦିନ ଭଗବାନ ଗଣେଶଙ୍କ ପୂଜା କରିବା ଉଚିତ୍। ଶନିବାର ଦିନ ଗରିବଙ୍କୁ ସାହାଯ୍ୟ କରିବେ।

Comments are closed.