ଅସ୍ତ୍ରଶସ୍ତ୍ରର ଶକ୍ତି ସାମୂହିକ ଇଚ୍ଛାଶକ୍ତି ଆଗରେ ହାରମାନେ – ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୩ତମ ମନ କି ବାତରେ କହିଛନ୍ତି, ବାସ୍ତବରେ ଲୋକଙ୍କୁ ଯେତେବେଳେ ଏକ ପ୍ରେରଣାଦାୟୀ ନେତୃତ୍ୱ ମିଳେ ସେତେବେଳେ ଅସ୍ତ୍ରଶସ୍ତ୍ରର ଶକ୍ତି ଲୋକମାନଙ୍କ ସାମୁହିକ ଇଚ୍ଛାଶକ୍ତି ଆଗରେ ହାରମାନେ । ସେ କହିଛନ୍ତି ଯେ ଭଗବାନ “ବିର୍ସା ମୁଣ୍ଡା” କେବଳ ରାଜନୈତିକ ସ୍ୱାଧୀନତା ପାଇଁ ଇଂରେଜମାନଙ୍କ ସହ ଲଢ଼ିନଥିଲେ ବରଂ ଆଦିବାସୀମାନଙ୍କ ସାମାଜିକ ଏବଂ ଆର୍ଥିକ ଅଧିକାର ପାଇଁ ମଧ୍ୟ ସଂଗ୍ରାମ କରିଥିଲେ । ବଞ୍ଚିତ ଏବଂ ଶୋଷିତମାନଙ୍କ ଅନ୍ଧକାରପୂର୍ଣ୍ଣ ଜୀବନକୁ ଆଲୋକିତ କରି ମାତ୍ର ୨୫ ବର୍ଷ ବୟସରେ ବଳିଦାନ ଦେଇଥିବା ବିର୍ସା ମୁଣ୍ଡାଙ୍କ ଭଳି ଭାରତମାତାଙ୍କ ସୁପୁତ୍ର ଦେଶର ପ୍ରତ୍ୟେକ ଭାଗରେ ଜନ୍ମଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଏବଂ ବଳିଦାନର କାହାଣୀ ନୂତନ ପିଢ଼ି ପର୍ଯ୍ୟନ୍ତ ପହଞ୍ଚି ପାରି ନଥିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି।

Leave A Reply