ବୀର ବିର୍ସା ମୁଣ୍ଡାଙ୍କ ଭଙ୍ଗା ପ୍ରତିମୂର୍ତ୍ତିର ସତ୍କାର କଲେ ବିର୍ସା ମୁଣ୍ଡା କମିଟି ସଦସ୍ୟ ଓ ଗ୍ରାମବାସୀ

ଠାକୁରମୁଣ୍ଡା : ବୀର ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଭଙ୍ଗାର ସତ୍କାର କଲେ ଆଦିବାସୀ ସେବା ସମିତି ଓ ଗ୍ରାମବାସୀ କରିଛନ୍ତି। କଥାଟା ଶୁଣିବାକୁ ଅସୁନ୍ଦର ଲାଗିପାରେ ହେଲେ ଏପରି ବିରଳ ଘଟଣା ଆସିଛି। ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଳକ କେନ୍ଦୁଜୁଆଣି ଗ୍ରାମପଞ୍ଚାୟତ ଢ଼ିପାସାହି  ଗ୍ରାମରୁ ।
ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଢିପାସାହି ଠାରେ ସ୍ଥାପନ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ  ପ୍ରତିମୂର୍ତ୍ତିକୁ କେହି ଦୁର୍ବୁର୍ତ୍ତ ଗତ ଡିସେମ୍ବର ମାସ ୯ ତାରିଖ ରାତିରେ ଭାଙ୍ଗିବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପତିକ୍ରିୟା ସୃଷ୍ଟି ହୋଇଥିଲା। ସେହି ସମୟରେ  ବିର୍ସାମୁଣ୍ଡା ଜୟନ୍ତୀ ପାଳନ କମିଟି ସଦସ୍ୟ ସମେତ ସ୍ଥାନୀୟ ଆଦିବାସୀ ନେତୃବୃନ୍ଦ ଦୁର୍ବୁର୍ତ୍ତ ମାନଙ୍କୁ ଧରିବାକୁ ଦାବୀ କରି ପ୍ରତିମୂର୍ତ୍ତି ଭଙ୍ଗା ସ୍ଥାନରେ ଧାରଣାରେ ଦୀର୍ଘ ଏକ ମାସ କାଳ ବସିରହିଥିଲେ। ସେତେବେଳେ ଆଦିବାସୀ ମାନଙ୍କ ପକ୍ଷରୁ ଏନେଇ ଏକ ବିରାଟ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା। ଏହା ଦେଖି  ପ୍ରଶାସନ ପକ୍ଷରୁ ପ୍ରତିମୂର୍ତ୍ତି ଭଙ୍ଗା ସ୍ଥାନରେ ବିର୍ସାମୁଣ୍ଡାଙ୍କ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲା।

ଗୁରୁବାର ପ୍ରତିଶୃତି ପୂରଣ ହୋଇଥିବା ନେଇ ପ୍ରଶାସନ ବିଧିବଦ୍ଧ ଜଣାଇବା ପରେ, ଆଜି ସମସ୍ତ ଆଦିବାସୀ ନେତୃବୃନ୍ଦ ଓକିଲ ଗଣେଶ ଗାଗରାଇ, ଜିଲ୍ଲା ପରିଷଦ ସଦସ୍ୟ ସାମାୟ ପୁର୍ତ୍ତି ଓ ଅନ୍ୟ ନେତୃବୃନ୍ଦ ଘଟଣାସ୍ଥଳର ପହଞ୍ଚି ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଆଜି ଆଦିବାସୀ ମାନଙ୍କ ରୀତିନୀତି  ଅନୁଯାୟୀ  ସତ୍କାର କରିଥିଲେ। ଆଗାମୀ ଦିନରେ  ଏଠାରେ ଏକ ବିରାଟ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ ହେବ ବୋଲି ସୂଚନା ମିଳିଛି। ନୂତନ ଭାବରେ ପ୍ରତିମୂର୍ତ୍ତି ସ୍ଥାପନ ପୂର୍ବରୁ ଶୁକ୍ରବାର ଦିନ ଭାଙ୍ଗି ପଡିରହିଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳରୁ ଏକ ଶୋଭାଯାତ୍ରାରେ ନେଇ ସାମଧି ପର୍ଯ୍ୟନ୍ତ, ବିର୍ସା ମୁଣ୍ଡା ବିକାଶ ମୋର୍ଚ୍ଚା ସଭାପତି ସାମାଇଁ ପୂର୍ତ୍ତି ଓ ଗଣେଶ ଗାଗରାଇଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଲୋକଙ୍କ ଉପସ୍ଥିତରେ ପ୍ରତିମୂର୍ତ୍ତିକୁ ସମାଧି ଦିଆଯାଇଥିଲା।

Comments are closed.