ସହାୟତାର ହାତ ବଢ଼ାଇଲା ସୁନ୍ଦରଗଡ଼ ଜିଲା ପ୍ରଶାସନ, ଅନ୍ତୋଦୟ ଯୋଜନାରେ ସାମିଲ ହେଲା ବିର୍ଜୁଙ୍କ ନାମ

ସୁନ୍ଦରଗଡ଼: ନିଜ ଗାଁ ପରିବାରକୁ ଦିର୍ଘ ୨୫ ବର୍ଷ ପରେ ଦେଖିଛନ୍ତି ବିରଜୁ କୁଲୁ। ୨୫ ବର୍ଷ ତଳେ ନିଖୋଜ ହୋଇ ଯାଇଯାଇଥିଲେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ବିର୍ଜୁ କୁଲୁ କିଭଳି ଜୀବନ ଅତିବାହିତ କରିବ ସେଥିନେଇ ଆଲୋଚନା ଜାରି ରହିଥିଲା। ଆଜି ସୁନ୍ଦରଗଡ଼ ଜିଲା ପ୍ରଶାସନ ବିର୍ଜୁ କୁଲୁଙ୍କୁ ସହାୟତାର ହାତ ବଢ଼ାଇଛି। ଘରକୁ ଫେରିବାର ଦିନକ ପରେ ବିରଜୁ କୁଲୁଙ୍କୁ ସରକାରୀ ସହାୟତା ମିଳିଛି। ପାକିସ୍ତାନ ଜେଲ୍ରୁ ମୁକିଳିବା ପରେ ଏବେ ବିରଜୁ ସୁନ୍ଦରଗଡ଼ କୁତ୍ରା ବ୍ଲକର କଟଙ୍ଗ ଗାଁରେ ଅଛନ୍ତି। ସୁନ୍ଦରଗଡ଼ ଜିଲା ପ୍ରଶାସନ ପକ୍ଷରୁ ବିର୍ଜୁ କୁଲୁଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇଛି। ଏହାସହ ବିର୍ଜୁ କୁଲୁଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ବିରଜୁଙ୍କୁ ଚାଉଳ ବସ୍ତା ସହ ରାସନ୍ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ ପିଡି ଡିଆରଡିଏ ଭୈରବ ଚନ୍ଦ୍ର ପଟେଲ୍ କଟଙ୍ଗ ଗାଁରେ ପହଞ୍ଚି ବିର୍ଜୁଙ୍କୁ ଭେଟିଥିଲେ ଏବଂ ସରକାରୀ ସହାୟତା ପ୍ରଦାନ କରିଥିଲେ।
ସୂଚନା ଯୋଗ୍ୟ ଯେ ୨୫ ବର୍ଷ ତଳେ ନିଖୋଜ ହୋଇ ଯାଇଯାଇଥିଲେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ। ଗତବର୍ଷ ଜଣାପଡିଥିଲା କି ବିରଜୁ ପାକିସ୍ତାନ ଜେଲ୍ରେ ବନ୍ଦୀ ଜୀବନ କାଟୁଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା । ଏହାପରେ ସୁନ୍ଦରଗଡ଼ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଆଣିବା ଏକ ଟିମ୍ ପଞ୍ଜାବ ଅମୃତସର ଯାଇଥିଲେ। ଆଜି ଓଡିଶା ମାଟିରେ ପହଞ୍ଚିବା ପରେ ସୁନ୍ଦରଗଡ ଜିଲା ପ୍ରଶାସନ ପକ୍ଷରୁ ବରଜୁ କୁଲୁଙ୍କୁ କୁତ୍ରା ବ୍ଲକ ପରିସରରେ ସ୍ବାଗତ କରାଯାଇଥିଲା। ଏହାପରେ ବିରଜୁ କୁଲୁଙ୍କ କିଛି ଗାଁ ଲୋକ ଏବଂ ପରିବାର ଲୋକ କୁତ୍ରା ବ୍ଲକ ପରିସରରେ ପହଞ୍ଚିଥିଲେ। ବ୍ଳକ ପରିସରରୁ ବିରଜୁ କୁଲୁଙ୍କ ତାଙ୍କ ଗାଁ କଟଙ୍ଗକୁ ନିଆଯାଇଛି।
ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ ଦିର୍ଘ ୨୫ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ତେବେ ସେ ପାକିସ୍ତାନ ଜେଲରେ ୨୦ ବର୍ଷ ଧରି ବନ୍ଦୀ ରହିଥିବା ଗତବର୍ଷ ଜଣାପଡିଥିଲା। ଯାହା ପରେ ତାଙ୍କୁ ଫେରାଇ ଆଣିବା ପାଇଁ ପକ୍ରିୟା ଆରମ୍ଭ ହୋଇଥିଲା।