୫ ପଇସାରେ ବିରିୟାନୀ ଖାଇବାକୁ ଲୋକଙ୍କ ଭିଡ ; ଭୁଲିଗଲେ କରୋନା ନିୟମ

ମଦୁରାଇ : ଏବେ ଅଧିକାଂଶ ଲୋକେ ଡିଜିଟାଲ ପେମେଣ୍ଟ ( ଟଙ୍କା ପୈଠ) ନେବା ଦେବା କରାଯାଉଛି। ମାତ୍ର ଏଭଳି ସମୟରେ ହୁଏତ ଖୁବ କମରୁ କମ ଲୋକଙ୍କ ନିକଟରେ ୫ ପଇସାର କଏନ୍‍ ଥିବ ବିଶ୍ୱାସ କରିବା କଷ୍ଟ। ୫ ପଇସା ଦେବ ଓ ବିରିୟାନୀ ଖାଇବ। ମାତ୍ର ଜଣେ ଦୋକାନୀଙ୍କୁ ଏହି ସୁଯୋଗ ଲୋକଙ୍କୁ ଦେବା ଭାରି ପଡିଛି। ୫ ପଇସା ଦିଅ ଓ ମନ ଇଚ୍ଛା ବିରିୟାନୀ ଖାଅ। ଗ୍ରାହକଙ୍କୁ ଆକୃଷ୍ଟ କରିବା ଦୋକାନୀ ଏହି ସୁଯୋଗ ଦେଇଥିଲେ। ଜଣେ ଦୋକାନୀଙ୍କ ଅଫର୍‍ ଅନୁଯାୟୀ ଯାହା ନିକଟରେ ୫ ପଇସା କଏନ ଥିବ ତା’କୁ ମାଗଣାରେ ବିରିୟାନୀ ମିଳିବ। ଏହା ଜାଣିବା ପରେ ପର ଦିନ ପ୍ରାୟ ୩୦୦ ରୁ ଅଧିକ ଲୋକଙ୍କ ଭିଡ଼ ଜମିବା ଦେଖାଗଲା। ପରିସ୍ଥିତି ଏଭଳି ହୋଇଗଲା ଯେ ଦୋକାନ ମାଲିକଙ୍କୁ ଦୋକାନ ଦରଜା ବନ୍ଦ କରି ପୁଲିସକୁ ଡକାଇବାକୁ ପଡିଲା।
ଏହି ଘଟଣା ତାମିଲନାଡୁର ମଦୁରାଇର। ଦୋକାନୀ ଜଣଙ୍କ ନିଜ ଦୋକାନର ଅଧିକ ନାମକରଣ ପାଇଁ ଏଭଳି ଉପାୟ କରିଥିଲେ। ମାତ୍ର ଏଭଳି ପରିସ୍ଥିତି ହେବ ବୋଲି ସେ ଚିନ୍ତା ମଧ୍ୟ କରିନଥିଲେ।
ଲୋକେ ଏହା ଜାଣିବା ପରେ ପରଦିନ ଲୋକେ ଦୋକାନ ସମ୍ମୁଖରେ କରୋନା କଟକଣା ଭୁଲି ଯାଇ ଭିଡ ଜମାଇଥିଲେ। ପ୍ରାୟ ୩୦୦ ରୁ ଅଧିକ ଲୋକେ ବିରିୟାନୀ ଖାଇବାକୁ ଏକାଠି ହୋଇଯାଇଥିଲେ। ଏହାପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

 

Comments are closed.