ରାଜଧାନୀରେ ବାର୍ଡ ଫ୍ଲୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ଥିବା ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ରହିଥିବା କୁକୁଡାମାନଙ୍କ ଠାରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଛି। ଏନେଇ ଓୟୁଏଟିର ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାଅନୁସାରେ ଗତ ୨ରୁ ୩ ଦିନ ହେବ ଓୟୁଏଟି ରିସର୍ଚ ଫାର୍ମରେ ରଖାଯାଇଥିବା କୁକୁଡା ମାନେ ମରୁଥିଲେ । ଏଣୁ କୁକୁଡା ମାନଙ୍କ ରକ୍ତ ନମୁନା ସଂଗ୍ରହ କରି ଭୋପାଳ ଟେଷ୍ଟିଂ ଲ୍ୟାବକୁ ପଠାଯାଇଥିଲା। ସେଠାରେ ଉକ୍ତ ନମୁନାର ପରୀକ୍ଷା ପରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ଏନେଇ ଓୟୁଏଟି କତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି। ଆସନ୍ତାକାଲି ଠାରୁ ଓୟୁଏଟି ଏବଂ ଏହାର ଏକ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ କୁକୁଡା ମରା ଅଭିଯାନ ଆରମ୍ଭ ହେବ ବୋଲି ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.