୧୧ ରାଜ୍ୟକୁ ବ୍ୟାପିଲାଣି ବାର୍ଡ଼ ଫ୍ଲୁ

ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶର ୧୧ଟି ରାଜ୍ୟରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ନିଶ୍ଚିତ ହୋଇଛି। ସର୍ବସାଧାରଣଙ୍କୁ ବାର୍ଡ଼ ଫ୍ଲୁ ବିଷୟରେ ସଚେତନ କରାଇବା ଦିଗରେ ପଦକ୍ଷେପ ନିଆଯାଉଛି। ଏ ସମ୍ପର୍କରେ ଅପପ୍ରଚାରକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ଭାରତ ବାର୍ଡ଼ ଫ୍ଲୁର ସଫଳତାର ସହ ମୁକାବିଲା କରିଆସୁଥିବାର ରେକର୍ଡ଼ ରହିଛି। ୭୦ ଡିଗ୍ରୀ ସେଣ୍ଟିଗ୍ରେଡ୍‍ ତାପମାତ୍ରାରେ ବାର୍ଡ଼ ଫ୍ଲୁ ଭୂତାଣୁ ନଷ୍ଟ ହୋଇଯାଇଥାଏ। ସେ ଦୃଷ୍ଟିରୁ କୁକୁଡ଼ାଜାତ ପଦାର୍ଥଗୁଡ଼ିକୁ ୭୦ ଡିଗ୍ରୀ ସେଣ୍ଟିଗ୍ରେଡ୍‍ରୁ ଅଧିକ ତାପମାତ୍ରାରେ ରାନ୍ଧି ଖାଇଲେ ତାହା ମାନବ ଶରୀର ପାଇଁ ସୁରକ୍ଷିତ ରହିବ।

କର୍ତ୍ତୃପକ୍ଷମାନଙ୍କୁ ସୂଚନା ଦେବାକୁ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି ଓ କୁକୁଡ଼ା ଏବଂ କୁକୁଡ଼ାଜାତ ପଦାର୍ଥଗୁଡ଼ିକର ବିକ୍ରୟ ଉପରେ କୌଣସି ନିଷେଧାଜ୍ଞା ଲାଗୁ ନ କରିବାକୁ ନିବେଦନ କରାଯାଇଛି।

Comments are closed.