ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଦେବାଶିଷ ଘୋଷ ଗିରଫ

ଭୁବନେଶ୍ବର: ରାଜ୍ୟ କ୍ରାଇମବ୍ରାଞ୍ଚ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ଘୋଷଙ୍କୁ ଆଇପିସି ଧାରା ୩୧୩/୧୬୬/୨୦୧/୧୨୦ (ଖ), ପୋକ୍ସୋ ଆଇନ ଧାରା ୧୭/୨୧ ଓ ଅନୁସୂଚିତ ଜାତି ଓ ଜନଜାତି) ଅଧିନିୟମ ୩ ଅନୁସାରେ ଗିରଫ କରିଛନ୍ତି। ଚାଞ୍ଚଲ୍ୟକର ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ସଂପୃକ୍ତି ଅଭିଯୋଗରେ ଡାକ୍ତର ଘୋଷଙ୍କୁ ଉପରୋକ୍ତ ଦଫାରେ ଗିରଫ କରାଯାଇଛି। ଡାକ୍ତର ଘୋଷ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କ ପ୍ରରୋଚନାରେ ପୀଡିତା ବାଳିକାର ଗର୍ଭପାତ କରାଇଥିଲେ।