କରୋନା ଭୟ: ମା’ ବିରଜାଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଯାଜପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। କିନ୍ତୁ ମା’ଙ୍କ ପୂଜାର୍ଚ୍ଚନା ପାଳିଆ ସେବାୟତମାନେ କରିବେ ବୋଲି କୁହାଯାଇଛି। କୋରୋନା ସଂକ୍ରମଣକୁ ରୋକିବା ପାଇଁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସେବାୟତମାନେ ସ୍ୱାଗତ କରିଛନ୍ତି। ମନ୍ଦିର ପ୍ରଶାସକ ତଥା ଯାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ବୈଠକରେ ସେବାୟତମାନେ ଅଂଶଗ୍ରହଣ କରି ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ।

Comments are closed.