ବୀର ସୁରେନ୍ଦ୍ର ସାଏ

0

ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ  ବୀର ସୁରେନ୍ଦ୍ର ସାଏ  ବ୍ରିଟିଶମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ ।  ନିଜ ଜୀବନର ପ୍ରାୟ ୩୬ ବର୍ଷ ସେ କାରାଗରରେ କାଟିଥିଲେ । ୧୮୨୭ରୁ ୧୮୬୪ ମସିହା ପର୍ଯ୍ୟନ୍ତ ସେ ଇଂରେଜଙ୍କ ବିରୋଧରେ  ଯୁଦ୍ଧ   କରିଥିଲେ ।

ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମରହଟ୍ଟା ମାନେ ବନ୍ଦୀ କରିଥିଲେ ।  ସେମାନଙ୍କୁ ମୁକ୍ତ କରିବାପାଇଁ  ରାଣୀ ରତନ କୁମାରୀ ଇଂରେଜମାନଙ୍କ ସହାୟତା ଲୋଡ଼ିଥିଲେ ।  ୧୮୦୪ ମସିହାରେ  ଇଂରେଜଙ୍କ ସହାୟତାରେ ସେମାନେ ମୁକ୍ତ ହୋଇଥିଲେ । ଏହାପରେ ସମ୍ବଲପୁର ଏକ ପ୍ରକାର ଇରେଜଙ୍କ କବଜାକୁ ଚାଲିଆସିଥିଲା । ୧୮୨୭ ମସିହାରେ ସମ୍ବଲପୁରର ରାଜାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ପୁତ୍ର ସନ୍ତାନ ନ ଥିବାରୁ  ଇଂରେଜମାନେ ଉତ୍ତରାଧିକାରୀ ଚୟନ କରିବା ପାଇଁ ଚାହିଁଥିଲେ । ସେମାନେ ରାଣୀଙ୍କ ହାତରେ ଶାସନ ଭାର ଦେଇଥିଲେ । ଏହାପରେ ଆଦିବାସୀ ଓ  ଜମିଦାର ବିଦ୍ରୋହ ଆରମ୍ଭ ହୋଇଥିଲା । ବଳରାମ ସାଏଙ୍କ ସହ ସୁରେନ୍ଦ୍ର ସାଏ ଏହାର ନେତୃତ୍ୱ ନେଇଥିଲେ । ଗରିଲା ଯୁଦ୍ଧରେ  ପ୍ରଥମେ ଇଂରେଜମାନଙ୍କର ବହୁ କ୍ଷତି ଘଟିଥିଲା । ପରେ ଅଧିକ ଇଂରେଜ ସୈନ୍ୟ ଆସିଥିଲେ । ବିଦ୍ରୋହକୁ ଦମନ କରାଯାଇଥିଲା । ପରେ ପୁଣି ବିଦ୍ରୋହ ହେବାର ସୂଚନା ପାଇଁ ଇଂରେଜମାନେ ସୁରେନ୍ଦ୍ର ସାଏଙ୍କ ସହ ଅନେକ ସଂଗ୍ରାମୀଙ୍କୁ ଗିରଫ କରିଥିଲେ । ସୁରେନ୍ଦ୍ର ସାଏଙ୍କ କାରାଦଣ୍ଡାଦେଶ ଶେଷ ହେବାପରେ ବି ତାଙ୍କୁ ଇଂରେଜମାନେ ହଜାରୀବାଗ ଜେଲ୍‌ରେ ବନ୍ଦୀ କରିଥିଲେ । ପରେ ସିପାହୀ ବିଦ୍ରୋହ ସମୟରେ ହଜାରୀବାଗ ଜେଲ୍‌କୁ ସିପାହୀମାନେ ଭାଙ୍ଗି ଦେଇଥିଲେ । ସୁରେନ୍ଦ୍ରସାଏ ସେଠାରୁ ମୁକ୍ତ ହୋଇ ଆସିବା ପରେ  ପୁଣି  ଇଂରେଜଙ୍କ ବିରୋଧରେ ବିଦ୍ରୋହ ପାଇଁ ,ଚେଷ୍ଟା କରିଥିଲେ । ତାଙ୍କର ଗରିଲା ରଣ କୌଶଳ ଅତି ଉଚ୍ଚ କୋଟୀର ଥିଲା । ଇଂରେଜମାନଙ୍କର ବହୁ କ୍ଷତି ହୋଇଥିଲା । ପରେ ଇଂରେଜମାନେ ସୁରେନ୍ଦ୍ର ସାଏଙ୍କ ସହ ଯୁଦ୍ଧ କରିବେ ନାହିଁ ଓ ଆତ୍ମସମର୍ପଣ କଲେ  ତାଙ୍କର ସମସ୍ତ ସମ୍ପତି ଫେରାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାପେର ସୁରେନ୍ଦ୍ର ସାଏ ନିଜ ଭାଇ ଓ ପୁଅଙ୍କ ସହ ଆତ୍ମ ସମର୍ପଣ କରିଥିଲେ। ଜଙ୍ଗଲ ମଧ୍ୟରେ ରାତିରେ ଇଂରେଜ ଅଧିକାରୀ ଇମ୍ପେଙ୍କ ଆଗେର ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ । ମାତ୍ର ପରେ ଇମ୍ପେଙ୍କର ମୃତ୍ୟୁ ପରେ କମ୍ବଲେଜ୍‌ ନାମକ ଅଧିକାରୀ ଆସିଥିଲେ  । ସେ ୧୮୬୪ରେ ସୁରେନ୍ଦ୍ର ସାଏଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ବନ୍ଦୀ କରିଥିଲେ ।  ସମ୍ବଲପୁରରୁ ରାୟପୁର ଓ ପରେ ନାଗପୁର ଜେଲ୍‌କୁ ସ୍ଥାନାନ୍ତର କରିଥିଲେ । ପରେ ଆଜୀବନ ଦଣ୍ଡାଦେଶ କରି ଆସୀରଗଡ ଦୁର୍ଗକୁ ପଠାଇଦିଆଯାଇଥିଲା । ସେହିଠାରେ ୧୮୮୪ ମସିହାରେ ଏହି ମହାନ୍‌ ବିପ୍ଲବୀ  ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Comments
Loading...