କୋଭିଡ ମାର୍ଗଦର୍ଶିକା ଅନୁପାଳନ ସହ ଜନ୍ମପୀଠରେ ପାଳନ ହେବ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

ରେଙ୍ଗାଲି: ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ପାଇଁଁ ଆଜି ତାଙ୍କ ଜନ୍ମପୀଠ ଖିଣ୍ଡାରେ ସୁରେନ୍ଦ୍ର ସାଏ ସ୍ମୃତି ସଂସଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ମୃତି ସଂସଦର ସଭାପତି ଲାଲ୍ ବୀରେନ୍ଦ୍ର ସାଏ ଏଥିରେ ସଭାପତିତ୍ୱ କରିଥିଲେ। ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ସଭାସମିତି ଉତ୍ସବ ଆୟୋଜନରେ କଟକଣା ଜାରି କରିଥିବାରୁ କୋଭିଡ୍ ଗାଇଡ୍ ଲାଇନ୍ କୁ ଅନୁପାଳନ କରି ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଅଯାଇଛି। ବୈଠକରେ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ପିତାମ୍ବର ବିଶ୍ୱାଲ, ସମ୍ପାଦକ ସନ୍ତୋଷ ବିଶ୍ୱାଳ, ଖିଣ୍ଡା ସରପଞ୍ଚ ନୀଳାବତୀ ଓରାମ, ସଭ୍ୟ ଅବୁଧୁତ ଖମାରୀ, ନିତ୍ୟାନନ୍ଦ ପସାୟତ, ଅଶୋକ ରାଉତ, ରମେଶ ଚନ୍ଦ୍ର ରାଉତ, ମଣି ଓରାମ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Comments are closed.