ଅବୈଧ ଦେଶାଟନକାରୀଙ୍କୁ ତଡ଼ିବା ଆବଶ୍ୟକ: ରାୱତ

0

ନୂଆଦିଲ୍ଲୀ: ଅବୈଧ ଭାବରେ ଭାରତରେ ରହି ଆସୁଥିବା ବିଦେଶୀଙ୍କୁ ତଡ଼ି ଦେବା ଉଚିତ ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ୍‍ ବିପିନ ରାୱତ୍‍। ଆସାମରେ ଜାତୀୟ ନାଗରିକ ପଞ୍ଜିକା ଚୂଡ଼ାନ୍ତ ହେବାକୁ ଥିବା ବେଳେ ଜେନେରାଲ୍‍ ରାୱତ୍‍ଙ୍କ ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି।
ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେବା ଅବସରରେ ରାୱତ୍‍ କହିଛନ୍ତି ଯେ ଯେଉଁମାନେ ଏନ୍‍ଆରସିକୁ ବିରୋଧ କରୁଛନ୍ତି ସେମାନେ ଦେଶର ସୁରକ୍ଷା ପ୍ରତି ଯତ୍ନବାନ ନୁହନ୍ତି। କେତେକ ରାଜନୈତିକ ଦଳ ଓ ସଂଗଠନ ଅନୁପ୍ରବେଶକାରୀଙ୍କୁ ଦେଶର ନାଗରିକତ୍ୱ ପ୍ରଦାନ କରିବାକୁ ଉଦ୍ୟମ କରୁଛନ୍ତି। ଅନୁପ୍ରବେଶକାରୀଙ୍କ ମଧ୍ୟରୁ ଯେଉଁମାନେ ଭାରତର ନାଗରିକତ୍ୱ ପାଇବାକୁ ଯୋଗ୍ୟ ବୋଲି ବିବେଚନା କରାଯିବ ସେମାନଙ୍କୁ ଉପଯୁକ୍ତ ପ୍ରକ୍ରିୟାରେ ନାଗରିକତ୍ୱ ପ୍ରଦାନ କରାଯିବା ଉଚିତ। ସେହିପରି ସେନା ବିରୋଧରେ ଆସୁଥିବା ମିଥ୍ୟା ଏନକାଉଣ୍ଟର ଓ ମାନବାଧିକାର ଉଲ୍ଲଂଘନ ଅଭିଯୋଗରୁ ଅଧିକାଂଶ ଭିତ୍ତିହୀନ। ଯେଉଁମାନେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply