ପାକିସ୍ତାନ ଆତଙ୍କବାଦକୁ ନିଜର ଶତ୍ରୁ ଭାବିବା ଆବଶ୍ୟକ: ସେନାମୁଖ୍ୟ

0

ନୂଆଦିଲ୍ଲୀ . – ପାକିସ୍ତାନ ଆତଙ୍କବାଦକୁ ନିଜର ଶତ୍ରୁବୋଲି ଭାବିବା ସହ ଏହା ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଭାରତର ସେନାମୁଖ୍ୟ ବିପିନ ରାଓ୍ୱତ କହିଛନ୍ତି । ଏପରି କରିବା ଦ୍ୱାରା ପାକିସ୍ତାନରେ ଆଭ୍ୟନ୍ତରୀଣ ଓ ବାହ୍ୟ ଶାନ୍ତି ପ୍ରତିଷ୍ଠା ହେବ । ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ କେବଳ ମାନସିକ ନୁହେଁ ଆର୍ଥିକ ଓ ଅନ୍ୟ ପ୍ରୋତ୍ସାହନ ଦିଆଯାଉଥିବାର ଯଥେଷ୍ଟ ପ୍ରମାଣ ଅଛି ବୋଲି ସେ ସୂଚନା ଦେଇଛନ୍ତି।

ଆତଙ୍କବାଦ ବିରୋଧରେ ପ୍ରକୃତ ପଦକ୍ଷେପ ଗ୍ରହଣ କରିବା ପାଇଁ ଏବେ ପାକିସ୍ତାନ ପାଇଁ ସମୟ ଆସିଛି  । ପାକିସ୍ତାନରେ ଆତଙ୍କବାଦୀ ନେତାମାନେ ଖୋଲାଖୋଲି ଭାବେ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରୁଛନ୍ତି । ପାକିସ୍ତାନ ସେନା ତାଙ୍କ ଦେଶ ଭିତରେ କଅଣ  ହେଉଛି ଦେଖିବା ଆବଶ୍ୟକ । ପାକିସ୍ତାନରେ ଭାରତକୁ ଶତ୍ରୁ ବୋଲି ଭାବୁଛନ୍ତି । ଏହା ତାଙ୍କର ଭୁଲ୍‌ ବୋଲି   ରାଓ୍ୱତ ସୂଚନା ଦେଇଛନ୍ତି ।

Leave A Reply