ଜାତୀୟ ଜନସଂଖ୍ୟା ପଞ୍ଜିକା ପାଇଁ ଜରୁରୀ ନୁହେଁ ଦସ୍ତାବିଜ୍‍ ଓ ବାୟୋମେଟ୍ରିକ୍‍

ନୂଆଦିଲ୍ଲୀ: ଜାତୀୟ ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତି ପାଇଁ ଲୋକମାନଙ୍କୁ କୌଣସି ଦସ୍ତାବିଜ୍‍ କିମ୍ବା ବାୟୋମେଟ୍ରିକ୍‍ ଦେବାକୁ କୁହାଯିବ ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ଜନସଂଖ୍ୟା ପଞ୍ଜିକା ପ୍ରସ୍ତୁତ ପାଇଁ କିଛି ପ୍ରଶ୍ନ ସହ ଏକ ଫର୍ମ ଖୁବ୍‍ ଶୀଘ୍ର ଚୂଡ଼ାନ୍ତ କରାଯିବ। ଅଧିକାଂଶ ରାଜ୍ୟ ଜାତୀୟ ଜନସଂଖ୍ୟା ପଞ୍ଜିକା ସମ୍ବନ୍ଧୀୟ ନିୟମ ବିଷୟରେ ନୋଟିସ୍‍ ଜାରି କରିଛନ୍ତି।

ଜାତୀୟ ଜନସଂଖ୍ୟା ପଞ୍ଜିକାରେ ଦେଶର ପ୍ରକୃତ ନାଗରିକମାନଙ୍କର ନାମ ତାଲିକା ରହିବ। ଏହି ପ୍ରକ୍ରିୟା କେବଳ ଆସାମକୁ ଛାଡ଼ି ବାକି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ଏପ୍ରିଲ୍‍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଜନଗଣନା ପ୍ରକ୍ରିୟାରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯିବା ସମୟରେ ଏହା କରାଯିବ। ଆସାମରେ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ ହୋଇସାରିଥିବାରୁ ସେଠାରେ ଜାତୀୟ ଜନଗଣନା ପଞ୍ଜିକା ପ୍ରକ୍ରିୟା ହେବ ନାହିଁ।

Comments are closed.