ଶୁଭଲକ୍ଷ୍ମୀ ନିଖୋଜ ଓ ବିଶ୍ୱଜିତ୍‍ ହତ୍ୟା ମାମଲାରେ ଏସପିଙ୍କ ଛାନଭିନ

ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ଗ୍ରାମର ଦେଢବର୍ଷିୟ ଶିଶୁ କନ୍ୟା ଶୁଭଲକ୍ଷ୍ମୀର ନିଖୋଜ ଘଟଣା ଓ ନିର୍ବନ୍ଧ ପୂର୍ବ ଦିନ ୩୨ ବର୍ଷିୟ ଯୁବକ ବିଶ୍ୱଜିତ୍‍ର ହତ୍ୟା ଘଟଣାକୁ ନେଇ ଏବେ ବିଞ୍ଝାରପୁର ଥାନା ଉଠୁଛି ପଡୁଛି। ଦୁଇ ପୃଥକ ପୃଥକ ଘଟଣାକୁ ନେଇ ଏବେ ବେଶ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି ବିଞ୍ଝାରପୁର ଥାନା ଓ ଯାଜପୁର ଜିଲ୍ଲା ପୁଲିସ। ଏହି ଦୁଇଟି ଚର୍ଚ୍ଚିତ ଘଟଣାରେ ଅଭିଯୁକ୍ତଙ୍କ ନିକଟରେ ପୁଲିସ ପହଞ୍ଚିବା ଓ ପ୍ରକୃତ ସତ୍ୟର ଖୁଲାସ କରିବା ଉପରେ ଲୋକେ ତିକ୍ଷ୍ନ ନଜର ରଖିଥିବା ବେଳେ ପୁଲିସ ପାଇଁ ଏହି ଘଟଣା ଭାବମୃର୍ତ୍ତିର ପ୍ରଶ୍ନ ହୋଇଛି।

ପୁଲିସ ଏହି ଦୁଇଟି ଘଟଣାକୁ ଗୁରୁତର ସହିତ ଗ୍ରହଣ କରି ତଦନ୍ତକୁ ଯୋରଦାର କରିଛି। ଗତକାଲି ସଂନ୍ଧ୍ୟାରେ ଯାଜପୁର ଏସପି ଚରଣ ସିଂହ ମୀନା ଓ ଏସଡିପିଓ ନାରାୟଣ ବାରିକ ବିଞ୍ଝାରପୁର ଥାନାରେ ପହଞ୍ଚି ଉଭୟ ଘଟଣାର ତର୍ଜମା ଓ ତଦନ୍ତ କରିଛନ୍ତି। ଏସପି ଥାନାରେ ରହି ଉଭୟ ଘଟଣାର ସମିକ୍ଷା କରିଥିବା ବେଳେ ଏସଡିପିଓ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛନ୍ତି। ନିଖୋଜ ଶିଶୁ କନ୍ୟାର ପରିବାରକୁ ଏସଡିପିଓ ଭେଟିବା ସହିତ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। ତେବେ ଏହି ଘଟଣାକୁ ପୁଲିସ ଗୁରୁତ୍ର ସହିତ ଗ୍ରହଣ କରିଛି ଖୁବଶୀଘ୍ର ଘଟଣା ଉପରୁ ପଦରା ଉଠାଯିବ ବୋଲି ଏସପି ଶ୍ରୀ ମୀନା ପ୍ରକାଶ କରିଛନ୍ତି।

ସେହିପରି ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର ସଦସ୍ୟ ମାନେ ମଧ୍ୟ ମଧୂସୁଦନପୁର ଯାଇ ନିଖୋଜ ଶିଶୁ ଶୁଭଲକ୍ଷ୍ମୀର ମା ମୋନାଲିସାଙ୍କୁ ଭେଟିବା ସହିତ କମିଟି ସମସ୍ତ ସାହାର୍ଯ୍ୟ ଯୋଗାଇଦେବାକୁ ପ୍ରତିଶୃତି ଦେଇଛି। ଅନ୍ୟ ପକ୍ଷରେ ବିଶ୍ୱଜିତ୍‍ ମୃତ୍ୟୁ ଘଟଣାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଛି। ନିର୍ବନ୍ଦ ପୂର୍ବ ଦିନ ଆଳିଥାନା ଅନ୍ତର୍ଗତ ପରାମାନନ୍ଦପୁର ଗ୍ରାମର ୩୨ ବର୍ଷିୟ ଯୁବକ ବିଶ୍ୱଜିତ୍‍ ନାୟକର ମୃତ ଦେହ ବିଞ୍ଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର କଲେଜ ଅଧ୍ୟକ୍ଷ ବିଜୟ ନାୟକଙ୍କ ଛାତ ଉପରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ହତ୍ୟା ଘଟଣା ଦର୍ଶାଇ ମୃତକଙ୍କ ବିଧବା ମାଆ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ମାସ ପରେ ମାସ ବିତିବାକୁ ବସିଥିଲେ ମଧ୍ୟ ଘଟଣା ଉପରୁ ପୁଲିସ ପରଦା ହଠାଉନାହିଁ। ବିଜୟ ନାୟକ ଓ ତାଙ୍କ ରିବାର ଲୋକଙ୍କ ମାନରେ ମୃତକଙ୍କ ମା ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଶବ ବ୍ୟବଚ୍ଛେଦ ନ କରିବାକୁ ପ୍ରବତ୍ତାଇ ବିଜୟକଙ୍କ ପରିବାର ଲୋକେ ଶବ ପୋଡି ଦେଇଥିଲେ। ପୁଲିସ ଏହି ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ବିଜୟ ଓ ତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ମାରାଥନ ଜେରା କରୁଛି। ଏସପି ଶ୍ରୀ ମୀନା ମଧ୍ୟ ଏହି ଘଟଣାରେ ତିକ୍ଷ୍ନ ନଜର ରଖିଛନ୍ତି।

ଏସପି ଗତକାଲି ଏହି ଘଟଣାରେ କରିଥିବା ସମିକ୍ଷା ମୁତାବକ ପୁଲିସ ସବୁ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ ଚଳାଉଛି। ଖୁବ ଶୀଘ୍ର ଏହି ଘଟଣା ସତ୍ୟତା ପଦାକୁ ଆସିବ ବୋଲି ଏସପି ପ୍ରକାଶ କରିଛନ୍ତି। ଏହି ଦୁଇ ଘଟଣାରେ ଜଣେ ୨ ବର୍ଷିୟା ଶିଶୁ କନ୍ୟାର ଅସହାୟ ମା ଆଉଜଣେ ଯୁବାବସ୍ଥାରେ ପୁଅକୁ ହରାଇଥିବା ବିଧବା ବୃଦ୍ଧାକୁ ପୁଲିସ କିଭଳି ନ୍ୟାୟ ଦେଉଛି ତା ଉପରେ ସଭିଙ୍କନର ନଜର ରହିଛି।

Comments are closed.