ଚାଷୀଙ୍କ ସମସ୍ୟାର ସମାଧାନ ନେଇ ବିକ୍ଷୋଭ ପ୍ରଦର୍ଶନ

ବିନିକା: ଚାଷୀଙ୍କ ସମସ୍ୟାର ସମାଧାନ ନେଇ ବିନିକା ଠାରେ ବ୍ଲକ ଚାଷୀ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ଯଦି ଚାଷୀଙ୍କ ଦାବି ପୂରଣ ନ କରନ୍ତି ତାହେଲେ ରାଜ୍ୟରେ ଏହା ଆଗକୁ ଉଗ୍ରରୂପ ଧାରଣ କରିବ ବୋଲି ବିକ୍ଷୋଭ ପ୍ରଦର୍ଶନକାରୀ ଚେତାବନୀ ଦେଇଛନ୍ତି। ଏହି ଅବସରରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଏକ ପ୍ରତିନିଧିଦଳ ତହସିଲଦାର ଅଲେଖ ଘୁଟାଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ସହ କୃଷି ବିଭାଗ ମନ୍ତ୍ରୀ, ସ୍ଥାନୀୟ ମନ୍ତ୍ରୀ ପଦ୍ମନାଭ ବେହେରା, ସ୍ଥାନୀୟ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ସମେତ ସୁବର୍ଣ୍ଣପୁର ଜିଲାପାଳଙ୍କ ଅବଗତି ନିମନ୍ତେ ଏହାର ଏକକିତା ଅବିକଳ ନକଲ ଚାଷୀମାନେ ପ୍ରଦାନ କରିଛନ୍ତି।

Comments are closed.