କାର୍ତ୍ତିକ ପୂର୍ଣ୍ଣିମାରେ ପୂଣ୍ୟତୋୟା ପାପକ୍ଷୟ ଘାଟ ମହାନଦୀରେ ବୁଡ ପକାଇଲେ ଶ୍ରଦ୍ଧାଳୁ 

ବିନିକା : କାର୍ତ୍ତିକ ମାସରେ ମାସ ତମାମ ଧର୍ମ ଓ ପୁଣ୍ୟ କାର୍ଯ୍ୟରେ ସମର୍ପିତ ହୋଇ ନିତ୍ୟ ଭଗବାନଙ୍କୁ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରି ଆସୁଥିବା ଶ୍ରଦ୍ଧାଳୁ ଆଜି ପୂର୍ଣ୍ଣିମା ଅବସରରେ ବିନିକା ସହର ଉପକଣ୍ଠ ଐତିହାସିକ ପୂଣ୍ୟପୀଠ ପାପକ୍ଷୟ ଘାଟକୁ ନିଜ ପରିବାର ଓ ଜନ ମଙ୍ଗଳାର୍ଥେ ନଦୀରେ ବୁଡ଼ ପକାଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ବିନିକା ସହର ଉପକଣ୍ଠରେ ଅବସ୍ଥିତ ପୁଣ୍ୟତୋୟା ପ୍ରାଚୀନ ଶୈବପୀଠ ଉତ୍ସବ ମୁଖର ହୋଇଉଠିଛି । ପ୍ରାଚୀନ ଶୈବପୀଠ ଭାବରେ ପରିଚିତ ବିନିକା ସହର ଉପକଣ୍ଠ ରହିଲା ନିକଟ ପାପକ୍ଷୟ ଘାଟ ମହାନଦୀର କିମ୍ବଦନ୍ତୀ ଅନୁସାରେ ଭକ୍ତ ଏଠାରେ ବୁଡ଼ ପକାଇଲେ ଅଶେଷ ପୁଣ୍ୟ ମିଳେ ବୋଲି କୁହା ଯାଇଥାଏ।

ଯାହାକି ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଏହା ଦୃଢ଼ ବିଶ୍ୱାସ ରହି ଆସିଛି । ବିନିକା ଅଞ୍ଚଳ ସମେତ ଜିଲା ତଥା ବାହାର ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଆସି ଏଠି ପୂଣ୍ୟ ଅର୍ଜନ ପୂର୍ବକ ମୁକ୍ତି ବୁଡ ପକାଇଛନ୍ତି । ଗତ ବର୍ଷ କରୋନା ବିପତ୍ତି ପରିସ୍ଥିତି ପାଇଁ କାର୍ତ୍ତିକ ପୂର୍ଣ୍ଣିମା ବ୍ରତ ଉଦଯାପନୀ ଅବସରରେ ପୂଣ୍ୟପୀଠ ପାପକ୍ଷୟ ଘାଟ ପରିସର ଏକ ପ୍ରକାର ଭକ୍ତଶୂନ୍ୟ  ହୋଇ ପଡିଥିବା ବେଳେ ଆଜି ଉକ୍ତ ପୀଠ ସ୍ଥଳରେ ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ତମାମ କାର୍ତ୍ତିକ ମାସରେ ଭଗବାନଙ୍କୁ ପୂଜାର୍ଚ୍ଚନା କରି ଧର୍ମ ସହକାରେ ପୂଣ୍ୟ ଅର୍ଜନ କରିଥିବା ଶ୍ରଦ୍ଧାଳୁ ଭକ୍ତ ମାନେ ଆଜି ଏଠାରେ ବୁଡ଼ ପକାଇ ପ୍ରଭୁ ଦର୍ଶନ କରିଛନ୍ତି । ମହାନଦୀରେ ବୁଡ଼ ପକାଇବା ପରେ ଭକ୍ତଙ୍କ ମନରେ ଦୃଢ ଆବେଗ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ହବିସାଲି ଓ ବ୍ରତଧାରୀ ମାନେ ନିଜ ନିଜର ପରିବାର ପାଇଁ ଭବିଷ୍ୟତ ମଙ୍ଗଲାର୍ଥେ ଭଗବାନଙ୍କୁ ସ୍ମରଣ କରି ପୁଣ୍ୟତୋୟା ମହାନଦୀରେ ନୌକା ଭସାଇ ଭକ୍ତି ଓ ବିଶ୍ୱାସର ନିଦର୍ଶନକୁ ବାନ୍ଧି ରଖିଛନ୍ତି।

Comments are closed.