ମୁହଁ ପାଇଁ ବ୍ୟବହାର କରନ୍ତୁ ଏହି ଟିକିଲି

ନାରୀଙ୍କ ଷୋହଳ ଶୃଙ୍ଗାର ମଧ୍ୟରେ ବିନ୍ଦି ଅନ୍ୟତମ। ଏହାକୁ ନ ଲଗାଇଲେ କୌଣସି ନାରୀଙ୍କ ସୁନ୍ଦରତାର ପରିପୃଷ୍ଟି ହୋଇ ନ ଥାଏ। ଏହାକୁ ମହିଳା ଓ ଝିଅମାନେ ଲଗାଇବା ଦ୍ବାରା ସୁନ୍ଦର ଦେଖା ଯାଇଥାଆନ୍ତି। କିନ୍ତୁ ବେଳେବେଳେ ବିନ୍ଦି ଲଗାଇବା ଦ୍ବାରା ଆପଣ ସୁନ୍ଦର ଦେଖା ଯାଇ ନ ଥାଆନ୍ତି। ଏହାର କାରଣ ବିନ୍ଦି ହୋଇ ନ ଥାଏ। କିନ୍ତୁ ନିଜ ମୁହଁ ଅନୁସାରେ, ବିନ୍ଦି ଲଗାଇବା ଦ୍ବାରା ସୁନ୍ଦର ଦେଖାଯିବେ। ତେବେ ଆସନ୍ତୁ ଜାଣିବା ମୁହଁ ଅନୁସାରେ କିପରି ବିନ୍ଦି ଲଗାଇବା ଉଚିତ ..
ଗୋଲ ମୁହଁ :
ମୁହଁ ଗୋଲ ଦେଖା ଯାଉଥିବା ମହିଳାମାନେ ଲମ୍ବା ବିନ୍ଦି ଲଗାଇ ପାରିବେ। ଏହାଦ୍ବାରା ସେମାନେ ଅଧିକ ସୁନ୍ଦର ଦେଖା ଯିବେ। ନିଜର ପୋଷାକର ରଙ୍ଗ ଅନୁଯାୟୀ, ମହିଳାମାନେ ବିନ୍ଦି ଲଗାଇ ଅଧିକ ସୁନ୍ଦର ଦେଖାଯିବେ। କିନ୍ତୁ ଅଧିକ ବଡ ବିନ୍ଦି କେବେ ବି ଲଗାନ୍ତୁ ନାହିଁ।
ତିନିକୋଣିଆ ମୁହଁ :
ଯଦି ଆପଣଙ୍କ ଥୋଡି ତୀକ୍ଷ୍ଣ ଓ ମଥା ଛୋଟ ରହିଛି ତେବେ ତାହାକୁ ତିନିକୋଣିଆ ମୁହଁ କୁହାଯାଏ। ଏପରି ମୁହଁ ଥିବା ମହିଳାମାନେ ପ୍ରତ୍ୟେକ ପ୍ରକାରର ବିନ୍ଦି ଲଗାଇ ପାରିବେ। ସେମାନେ ନିଜର ପୋଷାକ ହିସାବରେ ଛୋଟ, ବଡ ଓ ଯେକୌଣସି ଡିଜାଇନର ବିନ୍ଦି ଲଗାଇ ପାରିବେ।
ଚାରିକୋଣିଆ ମୁହଁ :
ମୁହଁର ପ୍ରତ୍ୟେକ କୋଣ ସମାନ ପରି ରହିଥିଲେ ତାହାକୁ ଚାରିକୋଣିଆ ମୁହଁ କହିପାରିବା। ଏପରି ମୁହଁକୁ ଗୋଲ ବିନ୍ଦି ଅଧିକ ସୁନ୍ଦର ଦେଖାଯାଇଥାଏ। ଅନ୍ୟ କୌଣସି ଡିଜାଇନର ବିନ୍ଦି ଲଗାଇଲେ ମୁହଁକୁ ମାନି ନ ଥାଏ।
ହାର୍ଟ ସଦୃଶ ମୁହଁ :
ମଥା ଚଉଡା, ଗାଲ ପୁରିଲା ପରି ଓ ଥୋଡି ତୀକ୍ଷ୍ଣ ଥିବା ମୁହଁ ହାର୍ଟ ସଦୃଶ ଦେଖା ଯାଇଥାଏ। ଏପରି ମୁହଁକୁ ଛୋଟ ବିନ୍ଦି ଭଲ ମାନି ଥାଏ। ଏପରି ମୁହଁ ଥିବା ମହିଳା କେବେ ବି ବଡ ବିନ୍ଦି ଲଗାନ୍ତୁ ନାହିଁ। କାରଣ ଏହାଦ୍ବାରା ଆପଣଙ୍କ ମଥା ଅଧିକ ବଡ ଦେଖାଯାଇଥାଏ।
ଅଣ୍ଡାକୃତି ମୁହଁ :
ମୁହଁର ଆକୃତି ଓ ଥୋଡିର ଆକୃତି ଏକା ଅନୁପାତରେ ଥିବାରୁ ଏହା ଅଣ୍ଡାକୃତି ଦେଖାଯାଏ। ଏପରି ମୁହଁ ଥିଲେ ଆପଣ ସମସ୍ତ ପ୍ରକାରର ବିନ୍ଦି ଲଗାଇ ପାରିବେ। ଆପଣ ଶାଢୀ ପିନ୍ଧୁଥିଲେ ବିନ୍ଦି ନିଶ୍ଚିନ୍ତ ଲଗାନ୍ତୁ। ଏହାଦ୍ବାରା ଆପଣ ଅଧିକ ସୁନ୍ଦର ଦେଖାଯିବେ।

Comments are closed.