ବିମ୍‍ଷ୍ଟେକ ଶିଖର ବୈଠକ ; ଆଞ୍ଚଳିକ ସହଯୋଗ ଉପରେ ମୋଦୀଙ୍କ ଗୁରୁତ୍ୱ

0

କାଠମାଣ୍ଡୁ : ଆଞ୍ଚଳିକ ସହଯୋଗ, ବାଣିଜ୍ୟ, ଅର୍ଥନୀତି ଓ ଡିଜିଟାଲ ସଂଯୋଗ ବ୍ୟବସ୍ଥା ଏବଂ ଜନ ସହଯୋଗେ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳରେ ଆରମ୍ଭ ହୋଇଥିବା ଚତୁର୍ଥ ବିମ୍‍ଷ୍ଟେକ ଶିଖର ବୈଠକରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ବଙ୍ଗୋପସାଗର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ଆଣିବା ଦିଗରେ ଏହି ଶିଖର ବୈଠକ ସହାୟକ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହିତ ଘନିଷ୍ଠ ସଂପର୍କ ବଜାୟ ରଖିବା ଲାଗି ନୂଆଦିଲ୍ଳୀ ଅଧିକ ଅଗ୍ରାଧିକାର ଦେଉଛି ବୋଲି ସେ କହିଛନ୍ତି।
ବିମ୍‍ଷ୍ଟେକ ଶିଖର ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଠମାଣ୍ଡୁରେ ପହଞ୍ଚିବାପରେ ନେପାଳର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଈଶ୍ୱର ପୋଖରେଲ୍‍ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ବିମାନ ବନ୍ଦରରେ ଶ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଏବଂ ବିମ୍‍ଷ୍ଟେକ ଦେଶଗୁଡ଼ିକର ଅନ୍ୟ ନେତାମାନଙ୍କ ସହ ଶ୍ରୀ ମୋଦି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେଣା ଏବଂ ବାଂଲାଦେଶ ପ୍ରଧାନମବୀ ଶେଖ ହାସିନାଙ୍କ ସହ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିୟ କଥାବାର୍ତ୍ତା କରିବେ।
ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବିମ୍‍ଷ୍ଟେକ ନେତାମାନଙ୍କ ସମ୍ମାନାର୍ଥେ ଆଜି ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି।

ଶିଖର ସମ୍ମିଳନୀର ବିଷୟବସ୍ତୁ “ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ନିରନ୍ତର ବଙ୍ଗୋପସାଗର କ୍ଷେତ୍ର ଦିଗରେ” ଆମକୁ ଆମର ପାରସ୍ପରିକ ଆକାଂକ୍ଷା ଏବଂ ଆହ୍ୱାନର ସମ୍ମୁଖୀନ ହେବା ଲାଗି ମିଳିତ ପ୍ରୟାସ କରିବା ଲାଗି ଶକ୍ତି ଯୋଗାଇବ ।

ବିମଷ୍ଟେକ ଶିଖର ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ,  ବାଂଲାଦେଶ, ଭୂଟାନ, ମିଆଁମାର, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡର ନେତାମାନଙ୍କ ସହିତ ଆଲୋଚନା କରିବେ। ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀ ବର୍ତ୍ତମାନ ସୁଦ୍ଧା ବିମଷ୍ଟେକ ଦିଗରେ ହୋଇଥିବା ଅଗ୍ରଗତିକୁ ଆହୁରି ଦୃଢ଼ ଭାବେ ଆଗେଇ ନେବ ଏବଂ ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ବଙ୍ଗୋପସାଗର କ୍ଷେତ୍ର ପ୍ରତିଷ୍ଠାରେ ମାର୍ଗଦର୍ଶନ କରିବ ବୋଲି ଶ୍ରୀ ମୋଦୀ ଆଶା ରଖିଛନ୍ତି।

Leave A Reply