ମିସ୍ତ୍ରୀଙ୍କ ଝିଅକୁ ନବେ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଠକ

ନୂଆଦିଲ୍ଲୀ : ଅରବପତି ଶିଳ୍ପପତି ପାଲୋନ୍‌ଜୀ ସାପୁରଜୀ ମିସ୍ତ୍ରୀଙ୍କ ଝିଅ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ଭଉଣୀ ଲୈଲା ରସ୍ତୁମ ଜାହାଙ୍ଗୀର(୬୨)ଙ୍କୁ ୯୦,୦୦୦ ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଠକ। ଠକମାନେ ଲୈଲାଙ୍କୁ ଚଳିତବର୍ଷ ଜୁନ୍‌ରୁ ଜୁଲାଇ ମାସ ମଧ୍ୟରେ ଏହି ଅର୍ଥ ଠକିଛନ୍ତି। ଏ ନେଇ କୋଲାବା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଲୈଲା ହେଉଛନ୍ତି ସାପୁରଜୀଙ୍କ ଦୁଇ ଝିଅ ମଧ୍ୟରୁ ଅନ୍ୟତମ। ସାପୁରଜୀ ପାଲୋନ୍‌ଜୀ ଗ୍ରୁପର ମାଲିକାନା ରଖୁଥିବା ଲୈଲା ଆୟ୍ୟାଲାଣ୍ଡର ନାଗରିକତ୍ବ ରଖିଛନ୍ତି। ତେବେବ ସେ ବର୍ତ୍ତମାନ ଦୁବାଇରେ ରହୁଛନ୍ତି।

Comments are closed.