ଆସନ୍ତା ଚାରିରୁ ଛଅ ମାସ କରୋନାର ପ୍ରକୋପ ବହୁତ ଅଧିକ : ବିଲ୍ ଗେଟ୍ସ

ୱାଶିଂଟନ : ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇ କହିଛନ୍ତି ଯେ, ଆସନ୍ତା ଚାରିରୁ ଛଅ ମାସ ମଧ୍ୟରେ କରୋନା ଭୂତାଣୁର ପ୍ରକୋପ ବହୁତ ଅଧିକ ହୋଇପାରେ। ସୂଚନାଯୋଗ୍ୟ ତାଙ୍କର ‘ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍’ କୋଭିଡ୍ -୧୯ ଟିକା ପ୍ରସ୍ତୁତି ଏବଂ ବିତରଣ ଅଭିଯାନର ଏକ ଅଂଶ।
ସମ୍ପ୍ରତି ଆମେରିକାରେ ଭୂତାଣୁ ଜନିତ ନୂଆ ସଂକ୍ରମଣ, ଏହା ଯୋଗୁଁ ମୃତ୍ୟୁ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେଇଥିବା ରୋଗୀଭ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ୨୦୧୫ରେ ଏଭଳି ମହାମାରୀ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଥିବା ଗେଟ୍ସ କହିଛନ୍ତି ଯେ, ମୁଁ ଭାବୁଛି ଆମେରିକା ଏହାର ଭଲ ମୁକାବିଲା କରିପାରିଥାନ୍ତା। ଟିକା ପ୍ରସ୍ତୁତ ପାଇଁ କରାଯାଉଥିବା ଅନେକ ଗବେଷଣାକୁ ଗେଟ୍ସ ଫାଉଣ୍ଡେସନ ଆର୍ଥିକ ସହାୟତା କରୁଛି।

‘ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍’ର ସହ-ଅଧ୍ୟକ୍ଷ ସିଏନ୍ଏନ୍ କୁ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଆସନ୍ତା ଚାରିରୁ ଛଅ ମାସ ମଧ୍ୟରେ ବିଶ୍ୱ ମହାମାରୀର କାୟା ବିସ୍ତାର ହୋଇପାରେ। ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ମ୍ୟାଟ୍ରିକ୍ସ ଏବଂ ମୂଲ୍ୟାଙ୍କନ (IHME)ର  ଆକଳନ ଅନୁଯାୟୀ, ୨,୦୦,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିପାରେ । ଯଦି ଆମେ ମାସ୍କ ପିନ୍ଧିବା ଭଳି ନିୟମକୁ କଡ଼ାକଡି ପାଳନ କରିବା, ତେବେ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇପାରେ।
ବର୍ତ୍ତମାନ ପର୍ୟ୍ୟନ୍ତ ଆମେରିକାରେ କୋଭିଡ -୧୯ରେ ୨,୯୦,୦୦୦ ଲୋକ ପ୍ରାଣ ହରାଇଛନ୍ତି। ସେ କହିଛନ୍ତି, ’୨୦୧୫ରେ ଯେତେବେଳେ ମୁଁ ଏହାର ଆକଳନ କରିଥିଲି, ମୁଁ ମୃତଙ୍କ ସଂଖ୍ୟାଠାରୁ ଅଧିକ କହିଥିଲି। ତେଣୁ ଏହା ଅପେକ୍ଷା ଭୂତାଣୁ ଅଧିକ ମାରାତ୍ମକ ହୋଇ ପାରେ। ଆମ ସମସ୍ତଙ୍କୁ ସବୁଠାରୁ ଖରାପ ପରିସ୍ଥିତିର ସାମ୍ନା କରି କରିବାକୁ ପଡିନାହିଁ। କିନ୍ତୁ ଆମେରିକାର ଅର୍ଥନୀତି ଏବଂ ସମଗ୍ର ବିଶ୍ୱ ଉପରେ ଏହାର ପ୍ରଭାବ ମୋତେ ଚକିତ କରି ଦେଇଛି, ଯାହା ମୁଁ ପାଞ୍ଚ ବର୍ଷ ପୂର୍ବେ ଅନୁମାନ କରିଥିବା ଠାରୁ ବହୁତ ଅଧିକ ଅଟେ।

 

 

Comments are closed.