କରୋନାରେ ଆଖି ବୁଜିଲେ ବିଶିଷ୍ଟ ଅଭିନେତା ବିକ୍ରମଜିତ କନୱରପାଲ

ମୁମ୍ବଇ : କରୋନାରେ ପୁଣି ପ୍ରାଣ ହରାଇଲେ ଆଉ ଜଣେ ମହାନ ଅଭିନେତା ବିକ୍ରମଜିତ କନୱରପାଲ। ସେନା ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେବା ପରେ ଅଭିନୟ ଆରମ୍ଭ କରିଥିଲେ ବିଶିଷ୍ଟ ଅଭିନେତା ବିକ୍ରମଜିତ କନୱରପାଲ। ଦୀର୍ଘ ୧୭ ବର୍ଷର ଅଭିନୟ ସମୟରେ ସେ ବିଭିନ୍ନ ହିଟ ଚଳଚ୍ଚିତ୍ର, ପ୍ରସିଦ୍ଧ ଟିଭି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଥିବା ବିକ୍ରମଜିତଙ୍କର ଗତକାଲି ମୃତ୍ୟୁ ଘଟିଛି। ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି। ସେନା ଅଧିକାରୀ ଭାବେ ଅବସର ନେବା ପରେ ବିକ୍ରମଜିତ ୨୦୦୩ ମସିହାରେ ଅଭିନୟ ଆରମ୍ଭ କରିଥିଲେ।

Comments are closed.