ବିକ୍ରମ ମିଶ୍ରି ଉପ-ଏନ୍‌ଏସ୍‌ଏ

ନୂଆଦିଲ୍ଲୀ : ଚୀନ୍‌ରେ ଭାରତୀୟ ରାଷ୍ଟ୍ରଦୂତ ପଦରୁ ଅବସର ପରେ ବିକ୍ରମ ମିଶ୍ରିଙ୍କୁ ରାଷ୍ଟ୍ରୀୟ ନିରାପତ୍ତା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହଯୋଗୀ ଭାବେ ନିଯୁକ୍ତି ମିଳିଛି। ବିକ୍ରମ ଉପ-ଏନ୍‌ଏସ୍‌ଏ ଭାବେ ସୋମବାର ଜାତୀୟ ନିରାପତ୍ତା ପରିଷଦ ସଚିବାଳୟରେ ଯୋଗ ଦେଇଛନ୍ତି। ସେ ଆସନ୍ତା ୩୧ରେ ଅବସର ନେଉଥିବା ପଙ୍କଜ ଶରଣଙ୍କ ସ୍ଥାନ ନେଇଥିବାବେଳେ ଡୋଭାଲଙ୍କ ଅଧୀନରେ କାର୍ଯ୍ୟ କରିବେ। ତାଙ୍କ ସ୍ଥାନରେ ପ୍ରଦୀପ କୁମାର ରାୱତଙ୍କୁ ଚୀନ୍‌ ପାଇଁ ଭାରତର ରାଷ୍ଟ୍ରଦୂତ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ ରାଜେନ୍ଦ୍ର ଖାନ୍ନା ଓ ଦତ୍ତା ପଣ୍ଡସଲଗିକର ଅନ୍ୟ ଦୁଇ ଉପ-ଏନ୍‌ଏସ୍‌ଏ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୯ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିକ୍ରମଙ୍କୁ ଚୀନ୍‌ ପ୍ରସଙ୍ଗରେ ବିଶେଷଜ୍ଞ ଭାବେ ପରିଗଣିତ କରାଯାଏ।

Comments are closed.