ବାଇକ୍ – ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଚିକିଟି: ଚିକିଟି ବ୍ଲକ ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ-ପିତାତଳି ରୋଡ଼ରେ ଏକ ବାଇକ୍ ଓ ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସମ୍ପୃକ୍ତ ଦୁଇ ଜଣ ବାଇକ ଆରୋହୀ ବ୍ରହ୍ମପୁରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆହତ ଦୁଇଜଣ ହେଉଛନ୍ତି ପଦାଦିଗି ଗ୍ରାମର ଋତୁପୂର୍ଣ୍ଣ ଚୌଧୁରୀ ଓ ନରସିଂହ ପାଣିଗ୍ରାହୀ। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.