ବାଇକ୍ – ସ୍କୁଟି ମୁହାଁମୁହିଁ ଧକ୍କା, ୪ ଆହତ

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ ତଥା ହଳଦିଆ ପଦର ସନ୍ନିକଟ ଜାତୀୟ ରାଜପଥରେ ରାତି ୮ ଟାରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ଥିବା ୪ ଜଣ ଆହତ ହୋଇଛନ୍ତି। ଖବରପାଇ କନିଷି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆହତ ମାନଙ୍କୁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ଛତ୍ରପୁର ସନ୍ନିକଟ ଆର୍ଜିପଲ୍ଲୀ ଗ୍ରାମର ୨ ଯୁବକ ମୋହନ ବେହେରା ଓ ଏଲ ଶଙ୍କର ନିଜ ବାଇକ୍ ଯୋଗେ ଜାତୀୟ ରାଜପଥରେ ହଳଦିଆପଦର ରୁ ନିଜ ଗାଁ କୁ ଯାଉଥିବା ସମୟରେ ସାମ୍ନା ପଟରୁ ସାମାନାପଟୁ ତୁଲୁ ଗ୍ରାମର ସନ୍ତୋଷ ନାୟକ ଓ ତାଙ୍କ ସ୍ତ୍ରୀ ହରପ୍ରିୟା ନାୟକ ସମେତ ଏକ ୮ ବର୍ଷର ଝିଅ ସ୍କୁଟି ଯୋଗେ ଆସୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଥିଲା। ଏଥିରେ ଚାରିଜଣ ଆହାତ ହୋଇଥିବାବେଳେ ବେଳେ ୮ ବର୍ଷର ଝିଅଟି ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ କନିଷି ଅଗ୍ନିଶମ ବିଭାଗକୁ ଜଣାଯିବା ପରେ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲ ପଠାଇଥିଲେ।

 

Comments are closed.