କାର ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ନିକଟରେ ପାଟଣା – କେନ୍ଦେଇପଶି ରାସ୍ତାରେ ଏକ କାର ସହ ବାଇକ୍ ମୁହାମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଅକ୍ଷୟ କୁମାର ନାଏକ (୨୮)ଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅକ୍ଷୟ ଗୁରୁତର ହେବା ଦେଖି ଭୟରେ ତାଙ୍କ ସାଥୀ ବାଇକ୍ ନେଇ ଫେରାର ହୋଇଯାଇଛନ୍ତି। ମହିଶାମୁଣ୍ଡି ଗ୍ରାମର ଅକ୍ଷୟ କୁମାର ନାଏକ ତାଙ୍କ ସାଥିଙ୍କ ସହ ବାଇକରେ ବସି କେନ୍ଦେଇପଶି ଆସୁଥିବା ବେଳେ ଉଦୟପୁର ଯାଉଥିବା ଏକ କାର ସହ ଦୁର୍ଘଟଣା ଘଟିଥିଲା।

ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୧୦୮ ଯୋଗେ ଅକ୍ଷୟଙ୍କୁ କେନ୍ଦୁଝର ମେଡିକାଲ ପଠାଇଛନ୍ତି। ଅବସ୍ଥା ଉଦବେଗ ଜନକ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.