ପାଣି ଭିତରୁ ବାଇକ ଉଦ୍ଧାର – ଚାଳକର ପତ୍ତା ମିଳୁନି

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା କମଳା ସାଗର (ବଣା ମୁଣ୍ଡା) ପାଣି ଭିତରେ ଏକ ବାଇକ୍ ପଡ଼ିଥିବା ଶନିବାର ଭୋରରୁ ଲୋକେ ଦେଖିବାକୁ ପାଇଛନ୍ତି। ବାଇକ୍ ଚାଳକର ପତ୍ତା ମିଳୁ ନଥିବା ବେଳେ ନିକଟରେ ବାଇକ୍ ସହିତ ଚୋରକୁ ଧରିବାରେ ପୁଲିସ ସଫଳତା ପାଇବାପରେ କେହି ଚୋରି ଗାଡ଼ିକୁ ଆଣି ଭୟରେ ଏଠି ଫିଙ୍ଗି ଦେଇଥିବା ମଧ୍ୟ ସନ୍ଦେହ ହେଉଛି। ତେବେ ଗାଡ଼ିଟି ସ୍ଥାନୀୟ ଅଞ୍ଚଳର ନୁହଁ ବୋଲି ଲୋକେ ପ୍ରକାଶ କରିଛନ୍ତି। ସେହି ସାଗର ଆଡି ଉପରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପାଣିରେ ଗାଡ଼ିଟି ପଡିଥିଲା। ବାହାରକୁ ଗାଡ଼ିଟି ଦେଖା ଯାଉଥିବା ବେଳେ ନଂ ଓ ଆର୍ ଜିରୋ ଥ୍ରୀ ଏଚ୍ ୩୯୫୮ ବୋଲି ଜଣା ପଡିଛି। ନର୍ଲା ପୁଲିସ ଖବର ପାଇ ଗାଡ଼ିକୁ ପାଣି ଭିତରୁ ଉଦ୍ଧାର କରି ଜବତ୍ କରିଛି। ଏହା ଚୋରି କାରନାମା ହୋଇ ଥାଇପାରେ ବୋଲି ପ୍ରାଥମିକ ଆକଳନ କରାଯାଇଛି।

Comments are closed.