ଯୁବକଙ୍କୁ ମାଡ଼ ମାରି ବାଇକ ଲୁଟ

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପହନିଆ ପଟାମରା ରାସ୍ତାରେ ଯୁବକଙ୍କୁ ୩ଜଣ ମୁଖା ପିନ୍ଧା ଯୁବକ ମାଡ଼ ମାରି ବାଇକ ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ, ମୁରିବାହାଲ ଥାନା ପହନିଆରୁ ମୁକେଶ ନାଗ(୧୮) ତାଙ୍କ ଛୋଟ ଭାଇ ଗିରିଦାରୀ ନାଗ(୪)ଙ୍କୁ ତାଙ୍କ ମାମୁ ଘର ଗାଁ ପହନିଆରେ ଛାଡ଼ି ଫେରୁଥିଲେ । ସେଠାରୁ ଫେରିବା ବେଳେ ଲଖନା ଶିବ ମନ୍ଦିର ଠାରେ ୩ଜଣ ଯୁବକ ମୁଖା ପିନ୍ଧି ତାଙ୍କୁ ଆତର୍କିତ ଆକ୍ରମଣ କରି ତାଙ୍କ ଠାରୁ ବାଇକ୍ ଲୁଟି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଯୁବକଙ୍କ ପିତା ମାତା ବାହାର ରାଜ୍ୟକୁ ଇଟାଗଢି ବାକୁ ଯାଇଥିବା ଜଣାପଡ଼ିଛି । ତେବେ ୨ଜଣ ଯୁବକ ମୁଖା ପିନ୍ଧିଥିବା ବେଳେ ଜଣେ ମୁଖା ପିନ୍ଧି ନଥିଲା ତାକୁ ଦେଖିଲେ ଅଭିଯୋଗକାରୀ ଯୁବକ ଚିହ୍ନିପାରିବେ ବୋଲି ପ୍ରକାଶ କରିଛନ୍ତି । ଏନେଇ ମୁରିବାହାଲ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ଗୋଟିଏ ମାସ ଭିତରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ଲୁଟେରା ମାନଙ୍କୁ ଧରିବାରେ ପୁଲିସ ଏପର୍ଯ୍ୟନ୍ତ ସକ୍ଷମ ହୋଇ ପାରିନଥିବା ଜଣାପଡ଼ିଛି।

Comments are closed.