ଦୋକାନ କାନ୍ଥରେ ପିଟିହେଲା ବାଇକ; ଯୁବକ ମୃତ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ବଜାର ଉପରେ ଶୁକ୍ରବାର ଅପରାହ୍ନ ୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଶକ୍ତ ଅବସ୍ଥାରେ ବାଇକ ଚାଳକ ଦୋକାନ କାନ୍ଥରେ ଗାଡିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାମତେ, ଆଜି ଅପରାହ୍ନ ସମୟରେ କୁଶଙ୍ଗ ଭଗାମୁଣ୍ଡା ପତ୍ରଫଡି ସାହିର ଯୋଗେନ୍ଦ୍ର ମୁଣ୍ଡାଙ୍କ ପୁଅ ବିକାଶ ମୁଣ୍ଡା(୧୮) ନିଶାଶକ୍ତ ଅବସ୍ଥାରେ ଏକ ବାଇକରେ ଦ୍ରୁତଗତିରେ ଭଗାମୁଣ୍ଡା ପଟୁ କୁଶଙ୍ଗ ଆଡକୁ ଯାଉଥିଲେ। ସେହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ କୁଶଙ୍ଗ ପଂଚାୟତ ଅଫିସ ସମ୍ମୁଖରେ ଥିବା ଏକ ଷ୍ଟୁଡିଓ ଦୋକାନ କାନ୍ଥରେ ବାଡେଇ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବିକାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହରଭଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିବା ଜଣାପଡ଼ିଛି। ଘରର ବଡପୁଅକୁ ହରାଇ ଯୋଗେନ୍ଦ୍ରଙ୍କ ପରିବାର ସମ୍ପୂର୍ଣ୍ଣ ମର୍ମାହତ ହୋଇପଡ଼ିଛନ୍ତି।

 

Comments are closed.