ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ମୃତ, ଜଣେ ଗୁରୁତର

ଚିକିଟି: ଚିକିଟି ଫାଣ୍ଡି ଅନ୍ତର୍ଗତ ସୁବର୍ଣ୍ଣପୁର ନିକଟରେ ସୋମବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ପ୍ରକାରେ, ସୁରଳ ନୂଆସାହି ବାଉରୀବନ୍ଧୁ ବେହେରା ଦିଗପହଣ୍ଡି ବ୍ଲକରେ ପିଇଓ ଭାବେ କାର୍ଯ୍ୟ କରନ୍ତି। ସେ ଆଜି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୁର ନିକଟରେ ରମ୍ପା ଗ୍ରାମର କେ. ଧର୍ମାଙ୍କ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଉରୀ ବନ୍ଧୁ ଓ କେ. ଧର୍ମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଧର୍ମାଙ୍କ ବାଇକ ପଛରେ ବସିଥିବା କେ. ତ୍ରିନାଥ ରେଡ୍ଡୀ ଗୁରୁତର ଆହତ ହୋଇଛନ୍ତି। ତ୍ରିନାଥଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଥିବା କୁହାଯାଉଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଚିକିଟି ଫାଣ୍ଡି ପୁଲିସ ପହଞ୍ଚି ଦୁଇଟି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରି ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.