ହାଇୱାକୁ ଧକ୍କା ଦେଇ ବାଇକ ଚାଳକ ମୃତ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ୫୯ ନଂ ଜାତୀୟ ରାଜପଥର ସାରିଙ୍ଗିଇର୍ପି କ୍ୟାଥ୍‌ଲିକ ଚର୍ଚ୍ଚ ସମ୍ମୁଖରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ବୁଧବାର ରାତିରେ ହାଇୱାକୁ ପଛପଟୁ ଧକ୍କା ଏକ ବାଇକ ଦେବା ଫଳରେ ଘଟଣାସ୍ଥରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡ଼ବେରୀ ଗ୍ରାମର ଅଜିତ ମଲ୍ଲିକ (୩୪)।

ସୂଚନା ଅନୁଯାୟୀ, ତ୍ରିଶକ୍ତି କନଷ୍ଟ୍ରକସନର ହାଇୱା ଗାଡି ନଂ(ଓଡ଼ି-୦୭-ଇ-୧୨୪୭) ଖରାପ ହୋଇ ଗତକାଲି ଅପରାହ୍ନରୁ କ୍ୟାଥ୍‌ଲିକ ଚର୍ଚ୍ଚ ସମ୍ମୁଖରେ ଥୁଆ ହୋଇଥିଲା । ରାତିରେ ସ୍ଥାନୀୟ ଅଞ୍ଚଳ ଅନ୍ଧାର ହୋଇଥିବାରୁ ଜଣେ ବାଇକ ଚାଳକ ହାଇୱାକୁ ଦେଖି ନପାରି ପଛପଟୁ ଧକ୍କା ଦେଇଥିଲେ । ଫଳରେ ବାଇକ ଚାଳକ ଆଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୁଲିସ ଆଜିତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପରେ ଏନେଇ ଥାନାରେ ମାମଲା ରୁଜୁ କରି ପୁଲିସ ହାଇୱା ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Comments are closed.