କେଦାରନାଥ ଜାତୀୟ ରାଜପଥକୁ ପଥର ଖଣ୍ଡ ଖସି ଆସି ଦୁର୍ଘଟଣା; ୮ ମୃତ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର କେଦାରନାଥ ଜାତୀୟ ରାଜପଥ ଉପରେ ପଥର ଖଣ୍ଡ ଖସିବା ଦ୍ବାରା ଦୁଇଟି ମୋଟର ସାଇକେଲ ଓ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରୁ ୩ ଜଣ ଆହତଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ରାସ୍ତାର ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଅନ୍ୟ କିଛି ଲୋକ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ସୂଚନା ମିଳିଛି। ପୁଲିସ ପ୍ରଶାସନ ଏବଂ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ସମୟରେ ଏସଡିଆରଏଫ ଟିମ୍ ଆହୁରି ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହକୁ ପୁଲିସ ଜବତ କରିଛି। ମୃତ୍ୟୁ ସଂଖ୍ୟା​‌ ଆହୁରି ବଢିପାରେ ବୋଲି ପୁଲିସ ଆଶଙ୍କା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଗୌରକୁଣ୍ଡ ଜାତୀୟ ରାଜପଥ ଉପରେ ଭୁସ୍ଖଳନ ପ୍ରଭାବିତ ଅଞ୍ଚଳ ଚଣ୍ଡିକାଧାର ପର୍ବତରୁ ଏକ ବଡ ପଥର ଖସି ପଡିଥିଲା। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଦୁଇଟି ବାଇକରେ ୫ ଜଣ ଏବଂ ଏକ କାର ଖାଇ ମଧ୍ୟକୁ ଖସି ପଡିଥିଲା। ସ୍ଥାନୀୟଲୋକଙ୍କଠାରୁ ସୂଚନା ପାଇ ପୁଲିସ ଓ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ୩ ଜଣ ଗୁରୁତର ଆହତଙ୍କୁ ଖାଇରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ ନିକଟସ୍ଥ ସ୍ବାସ୍ଥ୍ୟାକନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.