ଦୁଇଟି ସ୍ଥାନରେ ଦୁର୍ଘଟଣା, ୮ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅଞ୍ଚଳରେ ଗୋଟିଏ ଦିନରେ ଦୁଇଟି ସ୍ଥାନରେ ବାଇକ୍ ଦୁର୍ଘଟଣା ଘଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସଂନ୍ଧ୍ୟାରେ ଆମ୍ବେଦକର ଖେଳପଡିଆ ନିକଟରେ ବାଇକ ସହିତ ବାଇକ ଧକ୍କାରେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତରମାନଙ୍କ ମଧ୍ୟରେ ସୁଧିର କୁମାର ଦେହୁରୀ(୩୦), ବାସୁମତି ଦେହୁରୀ(୪୦) ଚିନ୍ମୟ ଦେହୁରୀ(୦୯), ଶୁଭଶ୍ମିତା ଦେହୁରୀ(୦୬) ଏବଂ ଆଶିଷ ନାଏକ (୨୨) ଅଛନ୍ତି। ଆହତଙ୍କୁ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ପଇଦାଭୁଇଁ ନିକଟରେ ଶୁକ୍ରବାର ସଂନ୍ଧ୍ୟାରେ ଏକ ଗାଈକୁ ବାଇକ୍ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦିଲ୍ଲୀପ ବଗର୍ତୀ(୨୮), ଧିରେନ ବାଘ(୨୫) ଏବଂ ସଂଜିତ ଭୋଇ (୩୦) ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।

Comments are closed.