ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ତେଲକୋଇ :ତେଲକୋଇ ଥାନା ଅନ୍ତର୍ଗତ ବିମଳା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ସିମେଣ୍ଟ ଖୁଣ୍ଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ପରଜଙ୍ଗ ଥାନା ଅଞ୍ଚଳର ଗଡ଼ପଳାଶୁଣି ବଡସାହି ଗ୍ରାମର ଅରୁପ ସିଂହ(୨୭) ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକେ ୧୦୮କୁ ଯୋଗାଯୋଗ କରି ଆହତ ଯୁବକଙ୍କୁ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ ଯୁବକ ଜଣକ ଆକୁଳ ଠାରେ ଥିବା ଏଟିଏମକୁ ଟଙ୍କା ଉଠାଇବା ପାଇଁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କର ଡ଼ାହାଣ ଗୋଡଟି ଭାଙ୍ଗି ଯାଇଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡ଼ିଛି।

Comments are closed.