ଦଶଚକିଆ ଟ୍ରକ ଚଢିଯାଇ ଵାଇକ ଆରୋହୀର ମୃତ୍ୟୁ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ନିକଟରେ  ଦଶଚକିଆ ଟ୍ରକ ଚଢିଯାଇ ଵାଇକ ଆରୋହୀର ମୃତ୍ୟୁ ଘଟିଛି । ଖଇରା ଥାନା ସୋର-କୁପାରୀ ରାସ୍ତାର ରାମପୂର ନିକଟରେ ଘଟିଛି ଏହି ଦୁଘର୍ଟର୍ଣା । ମୃତକ ଜଣଙ୍କ ହେଉଛନ୍ତି ଵଗଦିଆ ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା । ସେ ଭଦ୍ରକ ରାନ୍ଦିଆ ଫେକରର କର୍ମଚାରୀ ଥିବା ସୁଚନା ମିଳିଛି। ବାଇକରେ ଘରକୁ ଫେରୁଥିବା ଵେଳେ ତାଙ୍କ ଉପରେ ଦଶଚକିଆ ଟ୍ରକ ଚଡିଯାଇ ଥିଲା। ଖଇରା ପୁଲିସ  ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଜବତ କରିଛି। ହେଲେ ଡ୍ରାଇଭର ଫେରାର ହୋଇଯାଇଛି।

Comments are closed.