ବାଇକ ଦୁର୍ଘଟଣା, ଜଣେ ମୃତ

ଫୁଲବାଣୀ: ମଙ୍ଗଳବାର ସ୍ଥାନୀୟ ପଟାବାଲି ସାହିଠାରେ ଏକ ମଟରସାଇକେଲ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଖଜୁରୀପଡ଼ା ଥାନା ଅର୍ନ୍ତଗତ ଅରାପାଜୁ ଗ୍ରାମର ଅବନି ଜାନୀ (୧୭) ଓ ଆହତ ଜଣଙ୍କ ହେଲେ ଫୁଲବାଣୀର ସୁବ୍ରତ କହଁର। ସୂଚନା ଅନୁଯାୟୀ, ଫୁଲବାଣୀରୁ ଗୋଚ୍ଛାପଡ଼ା ଯାଉଥିବା ବେଳେ ପଟାବାଲି ସାହି ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଥିଲା। ଫଳରେ ବାଇକ ଚାଳକ ଅବନି ଜାନୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକ ଗୁରୁତର ହୋଇଥିଲେ।

ସଦର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଚେଦ ପାଇଁ ଫୁଲବାଣୀ ମେଡ଼ିକାଲକୁ ପଠାଇଥିଲେ। ଏନେଇ କେସ ନଂ ୫ା୨୧ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ କରିଛି।

Comments are closed.