ବାଇକ୍ ସହ ପୋଲ ତଳକୁ ଖସିପଡି ଯୁବକ ମୃତ

ନର୍ଲା:ଗତ ରାତିରେ ଜଣେ ଯୁବକଙ୍କ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ମ.ରାମପୁର ଥାନା ଗାଞ୍ଜିପଦର ଗାଁର ବିଷ୍ଣୁ ମାଝୀଙ୍କ ପୁଅ ରବି ମାଝୀ (୩୫) । ଗତ ଗୁରୁବାର ରାତି ୮ଟା ସମୟରେ ରବି ନିଜ ମାଉସୀ ଘରକୁ ଯାଉଛି କହି ନିଜ ବାଇକ୍ ଧରି ଘରୁ ବାହାରିଥିଲେ । ତେବେ ତାଙ୍କ ମାଉସୀ ଘର ସଦଲଗୁଛାକୁ ଯିବା ବାଟରେ ବାରବନ୍ଧା ରାସ୍ତା ନିକଟବର୍ତ୍ତୀ ରାଜରାସ୍ତାର ପୋଲ ତଳକୁ ବାଇକ୍ ସହ ଖସିପଡିଥିଲେ । ତାଙ୍କର ମୁହଁ ଓ ମୁଣ୍ଡ ପଛରେ ଗଭୀର ଆଘାତ ହେବା ସହ ନାକରୁ ରକ୍ତସ୍ରାବ ହୋଇଥିଲା ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ନର୍ଲା ତଦନ୍ତକାରୀ ପୁଲିସ ଅଧିକାରୀ ଅନୀଲ କୁମାର ପାଢୀ ପ୍ରକାଶ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ନର୍ଲା ପୁଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Comments are closed.