ଓଲଟିଲା ବସ୍ , ୧୨ଯାତ୍ରୀ ଆହତ

ରାଉରକେଲା : ରାଉରକେଲାଠାରୁ ପ୍ରାୟ ୧୦କିଲୋମିଟର ଦୂର ଜଲଦା ନିକଟରେ ବୁଧବାର “ପାର୍ବତୀ” ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ବସରେ ଥିବା ୧୨ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତ ହୋଇଥିବା ୧୨ଜଣ ଯାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। “ପାର୍ବତୀ” ନାମକ ଘରୋଇ ବସ୍ ରାଉରକେଲାରୁ ଟେନସା ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Comments are closed.