ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ଗୁରୁତର, ୩ ଆହାତ

ପାଟଣ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ପାଟଣା- କେନ୍ଦେଇପଶି ରାସ୍ତାର ବାଦୁଡିଘେରା ନିକଟରେ  ସୋମବାର ସନ୍ଧ୍ୟାରେ ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକ୍ ମୁହାଁମୁହିଁ ହେବାରୁ ଜଣେ ଗୁରୁତର ହୋଇଥବା ବେଳେ ୩ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଏକ ବାଇକ୍ ରେ ଯାଜପୁର ଜିଲ୍ଲା ନଛିପୁରାର ସତ୍ୟଜିତ ସାହୁ(୨୫) ଓ ସଞ୍ଜୟ ସେଠୀ ପାଟଣା ଆଡ଼କୁ ଆସୁଥିବା ବେଳେ ଚିଲିଦା ଗ୍ରାମକୁ ଫେରୁଥିବା ଦେବାନନ୍ଦ ଜେନା(୨୮) ଓ ଦାଶରଥି ମହାନ୍ତ(୫୦)ଙ୍କ ବାଇକ୍ ସହ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣାରେ ଦାଶରଥୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି । ପାଟଣା ଅଗ୍ନିଶମ ବିଭାଗ ସମସ୍ତଙ୍କୁ ଉଦ୍ଧାର କରି ପାଟଣା ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Comments are closed.