ବାଇକ୍ ଦୁର୍ଘଟଣାରେ ଦୁଇ ଗୁୁରୁତର

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ନିକଟ ପାଦ୍ରିମା ଘାଟିଠାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଏକ ଟିପ୍ପର ଗାଡି ନଂ ଓଡି ୧୮ ଏଫ୍‍ ୯୫୪୯ ଦିଗପହଣ୍ଡି ଅଞ୍ଚଳରୁ ମୋହନା ଅଞ୍ଚଳକୁ ଅପରାହ୍ନ ପ୍ରାୟ ୭ଟା ବେଳେ ଆସୁଥିବା ବେଳେ ମୋହନାରୁ ପୋଡାମାରି ଅଞ୍ଚଳକୁ ଏକ ଡାଲା ଅଟୋ ନଂ ଓଡି ୦୭ ଏନ ୨୪୯୫ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ଜକରାପଲ୍ଲୀ ଗ୍ରାମର ଭାରତ ବିଷୋୟୀ ଓ ପାଣିଗଣ୍ଡା ଗ୍ରାମର ମନୁ ଦଳାଇ ଆହତ ହୋଇଥିଲେ। ଖବର ପାଇ ମୋହନା ଦମକଳ କେନ୍ଦ୍ର ଅଧିକାରୀ ତାରାକାନ୍ତ ମହାପାତ୍ର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୨ ଗୁରୁୁତରଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟ ଗୁରୁତରଙ୍କୁ ଡାକ୍ତରୀ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିବା ଜଣାପଡିଛି।

Comments are closed.